ମା ବରୁଣେଇ ଓ ଉଗ୍ରତାରାଙ୍କ ପୀଠରେ ରଜ ଉତ୍ସବ

Spread the love

ଖୋର୍ଦ୍ଧା : ଗତକାଲିଠାରୁ ପହିଲି ରଜରେ ମା ବରୁଣେଇ ଓ ଉଗ୍ରତାରାଙ୍କ ପୀଠ ଭକ୍ତଙ୍କ ଗହଣରେ ଚଳ ଚଞ୍ଚଳ ହୋଇ ଉଠିଛି । ଏହି ଉତ୍ସବ ତିନି ଦିନ ଧରି ଚାଲୁ ରହିବ।ଜନ ସମାଗମକୁ ଆଖି ଆଗରେ ରଖି ଜିଲ୍ଲାପାଳ, କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ଜିଲ୍ଲା ସ୍ତରୀୟ ଅଧିକାରୀ ପୋଲିସ ବିଭାଗ, ବନ ବିଭାଗ, ଅଗ୍ନିଶମ ବିଭାଗ, ଆର. ଡବ୍ଲୁ. ଏସ. ଏସ., ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉତ୍ସବ ରେ ଲୋକଙ୍କର ସୁବିଧା ନିମନ୍ତେ ସଜାଗ ରହି ସହାୟତାର ହାତ ବଢ଼ାଇଛନ୍ତି । ଶାନ୍ତି ଶୃଙ୍ଖଳାର ସହ ଭକ୍ତ ମାନେ ପୀଠରେ ଦର୍ଶନ କରିଛନ୍ତି।ଜଳଛତ୍ର ସହ ସ୍ବେଛାସେବୀ ଅନୁଷ୍ଠାନ ଘୋଳଦହିର ପରିବେଷଣ ହୋଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡ଼. ଆର୍ତ୍ତବନ୍ଧୁ ନାୟକଙ୍କ ତରଫରୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ଏକ ଷ୍ଟଲ ଖୋଲା ଯାଇଛି । ଉପ – ଜିଲ୍ଲାପାଳ, ଭୁବନେଶ୍ୱର. ଦେବବ୍ରତ ସାହୁ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ କ୍ରମ ତଦାରଖ କରିଛନ୍ତି । ତହସିଲଦାର ଟାଙ୍ଗୀ, ଡ଼ଃ.ଜନ୍ମେଞ୍ଜୟ ସାହୁଙ୍କ ତତ୍ୱାବଧାନ ରେ ବିଦ୍ୟାଳୟର ଏନ. ସି. ସି. ଛାତ୍ର, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମସ୍ତେ ସହଯୋଗର ହାତ ବଢ଼ାଇ ଛନ୍ତି।ଭକ୍ତ ମାନେ ଧାଡିରେ ରହି ଶୃଙ୍ଖଳାରେ ମାଙ୍କ ଦର୍ଶନ କରିଛନ୍ତି।

Leave a Reply

Your email address will not be published. Required fields are marked *