ଆଜି କାଲି ଅନଲାଇନ୍ ମାଧ୍ୟମରେ ଆମର ଆବଶ୍ୟକତାକୁ ପୁରଣ କରିପାରୁଛେ । ଘରେ ବସି ନିତ୍ୟ ବ୍ୟବହାର୍ଯ୍ୟକୁ ଖୁବ୍ କମ୍ ସମୟ ଏବଂ ସୁଲଭ ଦରରେ ପାଇପାରୁଛେ । ତେବେ ଏହା କେତେକ ସ୍ଥଳରେ ଲୋକ ମାନଙ୍କ ଉପରେ କୁ ପ୍ରଭାବ ପକାଇ ଥାଏ । ନିକଟରେ ଦେଖିବାକୁ ମିଳୁଛି ଗ୍ୟାଙ୍ଗ୍ ଷ୍ଟାର ଲରେନ୍ସ ବିଷ୍ଣୋଇଙ୍କ ଫଟୋରେ ବନାହୋଇଥିବା ଟି.ସାର୍ଟ ମିଳୁଛି । ଜାଫ୍ରି ସୋସିଆଲ ମିଡିଆ X ରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଅନଲାଇନ୍ରେ ବର୍ତ୍ତମାନ ଲରେନ୍ସ ବିଷ୍ଣୋଇର ଟି-ସାର୍ଟ ମଧ୍ୟ ବିକ୍ରି କରାଗଲାଣି । ମେଶୋ ଓ ଫ୍ଲିଫ୍କାର୍ଟ ପରି କେତେକ ଲୋକପ୍ରିୟ ଇ-କମର୍ସ ପ୍ଲାଟଫର୍ମରେ ଏହି ଟି-ସାର୍ଟ ବିକ୍ରି ହେଉଛି । ଧଳା ରଙ୍ଗର ଏହି ଟି-ସାର୍ଟରେ ଲରେନ୍ସ ବିଷ୍ଣୋଇର ଫଟୋ ସହ ଗ୍ୟାଙ୍ଗଷ୍ଟର ଶବ୍ଦ ମଧ୍ୟ ଲେଖାଯାଇଛି । ମେଶୋରେ ଏହି ଟି-ସାର୍ଟର ମୂଲ୍ୟ ₹୧୬୮ ରହିଛି ।ଲରେନ୍ସ ପରି ଅପରାଧୀର ଫଟୋକୁ ପିଲାଙ୍କ ଟି-ସାର୍ଟରେ ଲଗାଇବା କେତେ ଯୁକ୍ତିଯୁକ୍ତ ବୋଲି ସାଧରଣରେ ପ୍ରଶ୍ନ ଉଠିଛି । ଏହା ସହ ଲରେନ୍ସ ପରି ଗ୍ୟାଙ୍ଗଷ୍ଟରର ଟି-ସାର୍ଟରେ ପିଲାଙ୍କ ଫଟୋ ଲଗାଇ ବିଜ୍ଞାପନ ଦିଆଯିବାକୁ ନେଇ ଉଠିଛି ବିରୋଧର ସ୍ୱର । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଯେଉଁ ସମୟରେ ପୋଲିସ ଦେଶବାସୀଙ୍କୁ ଏପରି ଅପରାଧର ସାମ୍ରାଜ୍ୟରେ ଯୋଗଦେବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି, ସେପରି ସମୟରେ ସୋସିଆଲ ମିଡିଆରେ ଏହି ପରି ପ୍ଲାଟଫର୍ମ ସେମାନଙ୍କ ନାମକୁ ବ୍ୟବହାର କରି ପ୍ରବଳ ଟଙ୍କା ରୋଜଗାର କରୁଛନ୍ତି । ଏହା ସହ ସେ ଆହୁରି ମଧ୍ୟ କେତେକ ବାସ୍ତବ ଜୀବନର ଉଦାହରଣ ଦେଇ କହିଥିଲେ, ଦେଓରିଆର ମାତ୍ର ୧୫ ବର୍ଷର ବାଳକ, ଯିଏ ଗ୍ୟାଙ୍ଗଷ୍ଟର ବିଷୟବସ୍ତୁ ଦ୍ୱାରା ଅନୁପ୍ରାଣିତ ହୋଇ ନିଜ ବନ୍ଧୁଙ୍କୁ ହତ୍ୟା କରିଥିଲା ।କୁଖ୍ୟାତ ଭାରତୀୟ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ବିଗତ କିଛିଦିନ ଧରି ଚର୍ଚ୍ଚାରେ ରହିଆସିଛି । ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କୁ ହତ୍ୟା କରିବା ପରେ ଅଭିନେତା ସଲମାନ ଖାନଙ୍କୁ ମଧ୍ୟ ହତ୍ୟା କରିବାକୁ ଧମକ ଦେଇଛି ଲରେନ୍ସ । ଗତ ମାସରେ ଏନସିପି ନେତା ବାବା ସିଦ୍ଦିକଙ୍କୁ ହତ୍ୟା ମଧ୍ୟ କରିଛି ଏହା ଗ୍ୟାଙ୍ଗ ।ଚାରିଆଡ଼ୁ ଏପରି ବିରୋଧର ସ୍ୱର ଉଠିବା ପରେ ମେଶୋ ପକ୍ଷରୁ ସ୍ପଷ୍ଟୀକରଣରେ କୁହାଯାଇଛି ଯେ, ଉକ୍ତ ଟି-ସାର୍ଟକୁ ୱେବସାଇଟରୁ ହଟାଇ ଦିଆଯାଇଛି । ଉତ୍ପାଦଗୁଡିକୁ ନିଷ୍କ୍ରିୟ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଛି । ମେଶୋ ସମସ୍ତ ଉପଭୋକ୍ତାଙ୍କ ପାଇଁ ଏକ ନିରାପଦ ଓ ବିଶ୍ୱସ୍ତ ସପିଂ ପ୍ଲାଟଫର୍ମ ବୋଲି ଏହାର ମୁଖପାତ୍ର କହିଛନ୍ତି । ତଥାପି, ଫ୍ଲିପକାର୍ଟ ପରି ଅନ୍ୟ ଇ-କମର୍ସ ପ୍ଲାଟଫର୍ମରେ ଲରେନ୍ସ ଟି-ସାର୍ଟ ବିକ୍ରି ପାଇଁ ଉପଲବ୍ଧ ହେଉଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now