୨୫ ଲକ୍ଷ ଟଙ୍କିଆ ଛେଳି…

Spread the love

ଛେଳି, ଏକ ଗୃହପାଳିତ ପଶୁ। ଯାହାର ଦାମ ୨୫ ଲକ୍ଷ ଟଙ୍କା । ଆପଣମାନେ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନା। ପଶୁ ହେଲେ ବି ଏତେ ଦାମ। ହଁ ଆମେ ଏମିତି ଏକ ଛେଳି ବିଷୟରେ ଆପଣମାନଙ୍କୁ କହୁଛୁ ଛେଳିର ଦାମ ପ୍ରଥମେ ୧୬ ହଜାର ଥିଲା। ହେଲେ ଏତିକିବେଳେ ମୌଲବୀ କିଛି ଏଭଳି କହିଦେଲା ଯେ ହଠାତ ଛେଳି ମାଲିକ ଏକାଥରକେ ଛେଳିର ଦାମ ବଢାଇବାକୁ କୁଣ୍ଠାବୋଧ କରିନଥିଲା। ବାଧ୍ୟ ହୋଇ ୨୫ ଲକ୍ଷ ଟଙ୍କା କରିଥିଲା।
ଛେଳି, ଯାହାର ଦାମ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ୨୫ ଲକ୍ଷ ଟଙ୍କା ଛେଳିର ଦାମ୍ । ପ୍ରଥମେ ଛେଳିର ଦାମ ଥିଲା ୧୬ ହଜାର ଟଙ୍କା। ହେଲେ ହଠାତ ବଢିଗଲା ଛେଳିଟିର ଦାମ୍। ମୌଲବୀ ଏଭଳି କିଛି କହିଲା ଯାହାର ପ୍ରଭାବ ପଡି ଛେଳିର ଦାମ ବୃଦ୍ଧି ଘଟି ୨୫ ଲକ୍ଷରେ ପହଞ୍ଚିଲା। ଛେଳି..ଯାହାର ଦାମ ୨୫ ଲକ୍ଷ ଟଙ୍କା। ଝାଡଖଣ୍ଡ ଧାନବାଦ ସହରର ମହୁଦାର ସିଙ୍ଗଡା ବସ୍ତିରେ ଥିବା ଛେଳି। ଯାହାର ଦାମ ଶୁଣିଲେ ସମସ୍ତେ ଚକିତ ହୋଇଯିବେ। କିଛି ବର୍ଷ ପୂର୍ବରୁ ମହୁଦାର ସିଙ୍ଗଡା ବସ୍ତିରେ ଛେଳିର ବଳି ପାଇଁ ଜଣେ ମଦାନୀ ଅନସାରୀ ଛେଳି କିଣିଥିଲେ। ତାକୁ ଘରେ ରଖି ତାର ଯତ୍ନ ନେବା ସହ ତାକୁ ଖୁବ ଆଦରରେ ରଖିଥିଲେ।

ଦିନେ ଛେଳିକୁ ଗାଧୋଉଥିବା ସମୟରେ ଦେଖିବାକୁ ପାଇଲେ ଯେ , ଛେଳି ବେକରେ ଉର୍ଦ୍ଦୁ ଭାଷାରେ ଆଲ୍ଲା ଲେଖା ହୋଇଥିବା ଦେଖିବାକୁ ପାଇଥିଲା। ମନରେ ଅନେକ ପ୍ରଶ୍ନ ଉଠିଥିଲା ଛେଳି ମାଲିକଙ୍କର। ଏନେଇ ଛେଳିଟିକୁ ବାଧ୍ୟ ହୋଇ ସେ ବହୁ ଧର୍ମଗୁରୁଙ୍କୁ ଦେଖାଇଥିଲେ। ସେମାନେ ଦେଖିବା ପରେ ନିଶ୍ଚିନ୍ତ କରିଥିଲେ ଯେ, ଏହି ଛେଳି ବେକ ପଛରେ ଆଲ୍ଲା ଲେଖାହୋଇଛି। ଏହାକୁ ଦେଖିବା ପରେ ଛେଳି ମାଲିକ ଖୁସିରେ ପାଗଳ ହୋଇଗଲା। ପରେ ଛେଳିର ଦାମକୁ ୧୬ ହଜାରରୁ ୨୫ ଲକ୍ଷ ବଢେଇ ଦେଇଥିଲା ଛେଳି ମାଲିକ। ଅନ୍ୟପଟେ ଛେଳିର ବେକରେ ଆଲ୍ଲାଙ୍କ ନାଁ ଲେଖା ହୋଇଥିବାରୁ ଏହା ଏକ ଶୁଭ ସଙ୍କେତ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ତେବେ ଛେଳିକୁ ଦେଖିବାକୁ ପ୍ରତିଦିନ ଲୋକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି।


ସେପଟେ ଅନ୍ୟ କିଛି ଛେଳି ବ୍ୟବସାୟୀ ୧୦ରୁ ୧୨ ଲକ୍ଷ ଟଙ୍କା ଦେଇ ଛେଳି କିଣିବାକୁ ଚାହିଁଥିଲେ। ହେଲେ ଛେଳି ବିକ୍ରି କରି ଯାହା ରୋଜଗାର ହେବ ସେଥିରେ ଗରିବ ଝିଅଙ୍କ ବିବାହରେ ଖର୍ଚ୍ଚ କରିବେ ବୋଲି କହିଛନ୍ତି ଛେଳି ମାଲିକ। ଯାହାକି ଭଗବାନଙ୍କ ଦ୍ୱାରା ଆସିଥିବା ଟଙ୍କାକୁ କିଛି ଭଲ କାମରେ ଲଗାଇପାରିବେ ।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *