ଜଗତସିଂହପୁରରେ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ପାଳିତ

Spread the love

ଜଗତସିଂହପୁର ସଦର ମହକୁମାରେ ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ପାଳିତ ହୋଇଛି । ଏହି ଅବସରରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପଡ଼ିଆରୁ ଏକ ସଚେତନତା ରାଲି ସହର ପରିକ୍ରମା କରି କଲେଜ ଛକ ପର୍ଯ୍ୟନ୍ତ ଯାଇଥିଲା ।

ସେହିପରି ନୁଆପୋଲ ଆଶ୍ରା ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ପାଳିତ ହୋଇଥିଲା । ନିଶା ସେବନର କୁପରିମାଣ ଓ ନିଶାଠାରୁ ଦୁରେଇ ରହିଲେ ଶରୀର ସୁସ୍ଥ ରହିବା ସମ୍ପର୍କରେ ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *