ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦଣ୍ଡସେନାଗୁଡ଼ା ଗ୍ରାମରେ ଝାଡାବାନ୍ତି ଆତଙ୍କ । ଝାଡାବନ୍ତିରେ 17 ବର୍ଷର ନାବାଳିକାର ମୃତ୍ୟୁ ହୋଇଥିବା ନେଇ ଜନସ୍ଵାସ୍ଥ୍ୟ ଅଧିକାରୀ ସ୍ପଷ୍ଟ କରିଥିବାବେଳେ ଅନ୍ୟ ଦୁଇଜଣ 25 ବର୍ଷର ନରସିଂହ ନାୟକ ଓ 70 ବର୍ଷର ବୃଦ୍ଧା ତୁଳସା ଅମାନତ୍ୟର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ଆଜି ଗୋଟିଏ ପରିବାରର ଦୁଇଜଣ ଓ ପଡୋଶୀ ଘରର ଜଣେ ମହିଳା ଝାଡାବନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ, ଆକ୍ରାନ୍ତଙ୍କ ପରିବାର ଲୋକଙ୍କ ଅନ୍ଧବିଶ୍ୱାସ କାରଣରୁ ଘର ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ପଛେ ମେଡିକାଲ ଯିବାକୁ ମଙ୍ଗୁ ନାହାନ୍ତି l ଘରୁ ପଦାକୁ ଗୋଡ଼ କାଢ଼ିଲେ ମୃତ୍ୟୁ ହୋଇଯିବ ବୋଲି ସେମାନଙ୍କ ବିଶ୍ୱାସ ରହିଛି। ତେଣୁ ଗୁଣିଗାରେଡିକୁ ଅପଣେଇଥିବା ସ୍ୱୀକାର କରିଛନ୍ତି ଆକ୍ରାନ୍ତଙ୍କ ପରିବାର ଓ ସ୍ୱାସ୍ଥ୍ୟ ବିଭାଗ l ଅପରିଷ୍କାର କୁଅଁ ମାନଙ୍କର ପାଣି ବ୍ୟବହାର ଦ୍ୱାରା ଏହିଭଳି ଝାଡାବାନ୍ତି ବ୍ୟାପିଥିବା ମେଡିକାଲ ଟିମ ସନ୍ଦେହ କରି,ମେଡିକାଲ ଟିମ ଗାଁର ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠେଇବାପରେ ଗାଁରେ ଡେରାବାନ୍ଧି ସବୁଆଡେ ବ୍ଲିଚିଙ୍ଗ ସିଞ୍ଚନ କରିବାସହ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରଖିବା ସହ ସ୍ଥିତି ଉପରେ ନଜର ରଖିଛି ସ୍ବାସ୍ଥ୍ୟବିଭାଗ l
Naxatra News is now on Whatsapp
Join and get latest news update delivered to you via whatsapp
Join Now