ଏଣିକି ନିଶାଦ୍ରବ୍ୟ ତାଲିକାରେ ଗଣାହେବ ଭାଙ୍ଗ। ଏ ନେଇ ଅବକାରୀ ବିଭାଗ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି, ବିଶୃଙ୍ଖଳା, ଶତ୍ରୁତା, ବିକୃତି , ମତିଭ୍ରମ ଓ ଚିନ୍ତାଶକ୍ତି ହରାଇବାର କାରଣ ହୋଇଥାଏ ଭାଙ୍ଗ ।ତେଣୁ ଆଇନରେ ଥିଲା ପ୍ରାବଧାନ ଓ କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର ଭାଙ୍ଗକୁ ମାଦକ ଦ୍ରବ୍ୟ ଭାବେ ଘୋଷଣା କରିଛନ୍ତି । ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ତେବେ ଭାଙ୍ଗ ବିକ୍ରି ଓ ବ୍ୟବହାରକୁ ନେଇ ଅବକାରୀ ବିଭାଗ କୌଣସି ସ୍ପଷ୍ଟ କରିନଥିବା କହିଛନ୍ତି ନିଶାମୁକ୍ତ କର୍ମୀ । ରାଜ୍ୟ ସରକାର ଏ ନେଇ ସ୍ପଷ୍ଟ କରନ୍ତୁ ବୋଲି ଦାବି ହୋଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now