ପାଣିମୁଣ୍ଡା ଗାଁରେ ହାତୀ ଆତଙ୍କ ,ଭୟଭୀତ ଅଞ୍ଚଳବାସୀ

Spread the love

ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜ ଅନ୍ତର୍ଗତ ପାଣିମୁଣ୍ଡା ଗାଁରେ ଏବେ ହାତୀ ଆତଙ୍କ। ଗତକାଲି ରାତି ସମୟରେ  ହାତିପଲ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି । କଲ୍ୟାଣସିଂପୁର ଅଞ୍ଚଳରୁ ଏହି ହାତୀପଲ ଗତ କିଛିଦିନ ହେବ ଆସି ନିୟମଗିରିର ପାହାଡ ଓ କିଛି ତଳ ଅଞ୍ଚଳରେ ବୁଲାବୁଲି କରୁଥିବା ବେଳେ ଗତକାଲି ରାତିରେ ଏହି ହାତୀପଲ ପାଣିମୁଣ୍ଡା ଗାଁରେ ପଶି ବହୁ ଘର, ଗାଡି ମଟର, ଆଜବେସ୍ଟସ ଭାଙ୍ଗିବା ସହ ଘରେ ଥିବା ଧାନ,ମୁଗ, କୋଳଥ ଭଳି ଖାଦ୍ୟ ଶସ୍ୟ ଖାଇବା ସହ ଫୋପାଡି ନଷ୍ଟ କରି ଦେଇଛନ୍ତି । ଏହି ହାତୀପଲରେ ଦନ୍ତା ସହ ୫ଟି ଛୁଆ ହାତୀ ଙ୍କ ସମେତ ୧୫ରୁ ଉର୍ଦ୍ଧ ହାତୀ ଥିବା ଗ୍ରାମବାସୀ କହିଛନ୍ତି । ଏହି ହାତୀପଲ ରାତି ୧୧ଟାରୁ ରୁ ସକାଳ ପର୍ଯ୍ୟନ୍ତ ଗାଁ ରେ ଆତଙ୍କ ସୃଷ୍ଟି କରିଥିଲେ । ମୁନିଗୁଡା ବନବିଭାଗ ଅଧିକାରୀ ଗାଁ ରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିବା ସହ ଲୋକଙ୍କୁ ରାତିରେ ବାହାରକୁ ନବାହାରିବା ସହ ହାତୀ ଦଖିଲେ ବନବିଭାଗକୁ ଜଣାଇବାକକୁ ଅନୁରୋଧ କରିଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *