ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ, ନକ୍ସଲ ମୃତ

ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟିଛି। ଜଂଗରଗୁଣ୍ଡା ଏରିଆ କମିଟିର ସଦସ୍ୟମାନେ ତୁମାରଗଟ୍ଟା ଗ୍ରାମ ନିକଟସ୍ଥ ଜଂଗଲରେ କ୍ୟାମ୍ପ କରି ରହିଥିବା ପୁଲିସକୁ ଖବର ମିଳିବା ପରେ ସ୍ଥାନୀୟ ଡିଆରଜି ଟିମ ଚଢାଉ କରିଥିଲେ। ଆଜି ଭୋର ସକାଳୁ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଯବାନଙ୍କ ଗୁଳିର ସାମ୍ନା କରିନପାରି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ପରେ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ମାଓବାଦୀର ଶବ ଉଦ୍ଧାର କରିଥିଲେ। ମୃତ ମାଓବାଦୀକୁ ଚିହ୍ନଟ କରାଯାଉଥିବା ପୁଲିସ କହିଛି।

ସେହିପରି ଅନ୍ୟ ଏକ ଘଟଣାରେ କୋଣ୍ଡାଗାଓଁ ଜିଲ୍ଲା ପୁଲିସକୁ ମିଳିଛି ବଡ ସଫଳତା। କୁଦାଲବାଡ଼ି ଜଂଗଲରେ ନକ୍ସଲ ଥିବା ପୁଲିସ ଜାଣିପାରିଥିଲେ। ସେହି ଅଂଚଳରେ ଚଢାଉ କରିବା ରେ ନକ୍ସଲ ପୁଲିସ ଆସିବା ଜାଣି ଛତ୍ରଭଙ୍ଗ ଦେଇଥିଲେ। ସେହି ଅଂଚଳରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଂଗଲ ମଧ୍ୟରେ ଏକ ମାଓ ଡମ୍ପ ରହିଥିବା ଦେଖିବାକୁ ପାଇଥିଲେ। ଡମ୍ପରୁ ବହୁ ମାତ୍ରାରେ ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ କରାଯାଇଥିଲା। ଏହାକୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଡମ୍ପ କରି ରଖିଥିବା ପୁଲିସ କହିଛି। ଛତିଶଗଡ଼ରେ ଲଗାତାର ପୁଲିସର ଚଢାଉରେ ନକ୍ସଲ ଏବେ ବେକଫୁଟରେ ରହିଛନ୍ତି। ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ପୁଲିସ ଚଢାଉ କରି ନକ୍ସଲଙ୍କୁ ମାରିବା ସହ ପଛକୁ ହଟିବାକୁ ବାଧ୍ୟ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *