ଭୁବନେଶ୍ୱର ରେ ନିର୍ମାଣ ହେବ ଆଦର୍ଶ ଗୋଶାଳା। ୪୦ କୋଟି ବ୍ୟୟରେ ଆଦର୍ଶ ଗୋଶାଳା ନିର୍ମାଣ ହେବ। ଭୁବନେଶ୍ବରର ବୁଲା ଗାଈ ଗୋରୁ ଙ୍କୁ ସେଠାରେ ରଖାଯିବ। ରାଜଧାନୀ କୁ ସମ୍ପୂର୍ଣ୍ଣ ରୂପରେ ବୁଲା ଗାଇ ଗୋରୁ ମୁକ୍ତ କରାଯିବ। ଏଥିପାଇଁ ସରକାର ବଡ ଯୋଜନା କରିଛନ୍ତି। ଆଦର୍ଶ ଗୋଶାଳା ପାଇଁ ଜମି ବି ଚିହ୍ନଟ ସରିଛି। ଗୋମାତାଙ୍କ ଗୋବର ମୂତ୍ରରୁ ବିଭିନ୍ନ ପ୍ରଡକ୍ଟ ବାହାରିବ। ସରକାର ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ରଜ୍ୟର ବିଭିନ୍ନ ସ୍ଥାନରେ ଗୋଶାଳା ନିର୍ମାଣ ଆରମ୍ଭ ହୋଇଛି। ସେହିପରି ସହରାଞ୍ଚଳ ଗୁଡିକରେ ରାଜରାସ୍ତାରୁ ଗାଈଗୋରୁ ଙ୍କୁ ହଟାଇବା ପାଇଁ 5 ଟି ସ୍ଥାନରେ ଗୋଶାଳା କରାଯାଉଛି। ରାସ୍ତାରେ ଦୁର୍ଘଟଣା ଉଭୟ ଲୋକ ଏବଂ ଗାଈ ଗୋରୁ ଆଘାତ ପାଉଛନ୍ତି ପ୍ରାଣ ହରାଉଛନ୍ତି। ସରକାର ଏନେଇ ସମ୍ବେଦିନ ଶୀଳ ଅଛନ୍ତି ଏବଂ ପଦକ୍ଷେପ ନେଉଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now