କେନ୍ଦ୍ରାପଡାକୁ ବ୍ୟାପିଲା ବାର୍ଡ ଫ୍ଲୁ

କେନ୍ଦ୍ରାପଡା ଡେରାବିଶ ବ୍ଳକ ଅନ୍ତର୍ଗତ ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି l ଗତ ୫ ତାରିଖରେ ଏହି ଅଞ୍ଚଳର କେତେକ କୁକୁଡା ଫାର୍ମ ରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା l ଶନିବାର ପ୍ରଶାସନର ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ ଏହି ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିଛି l ରୋପୋର୍ଟ ଆସିବା ପରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ନେତୃତ୍ତ୍ଵରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାଇ ସଂକ୍ରମିତ ଅଞ୍ଚଳରେ କୁକୁଡା ମାରିବା ସହ ସମଗ୍ର ଅଞ୍ଚଳକୁ ସାନିଟାଇଜ କରାଯିବ l ଗତକାଲି ଏକ ରାପିଡ୍ ରେଶପନସ ଟିମ଼୍ ଘଟଣା ସ୍ଥଳରେ ପହଂଚିଥିଲେ l ଏଥିରେ ପ୍ରାୟ ୯୦ ରୁ ଅଧିକ ସଦସ୍ୟ ଅଛନ୍ତି l ବାଲେଶ୍ଵର ଓ ମୟୂରଭଞ୍ଜ ରୁ ୬୦ ଜଣ ଓ କେନ୍ଦ୍ରାପଡା ରୁ ୩୬ ଜଣ ଏହି ଟିମ ରେ ଥିବା ଜଣାପଡ଼ିଛି l ତେବେ ଲୋକମାନଙ୍କୁ କୁକୁଡା ମାଂସ ନଖାଇବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *