ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା l ୭ ଆନ୍ତଜିଲା ଡକାୟତ ଗାଙ୍ଗକୁ ଠାବ କରିବା ସହିତ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ l ଏହି ଡକାୟତ ଗାଙ୍ଗ ଅନୁଗୋଳ ଜିଲ୍ଲାର ୧୧ଟି ଥାନା ସମେତ ଦେବଗଡ଼, କେନ୍ଦୁଝର, ଢେଙ୍କାନାଳ, ପାଣିକୋଇଲି ଅଞ୍ଚଳରେ ଡକାୟତ କରିଥିବା ବେଳେ ଛେଣ୍ଡିପଦା ପୋଲିସ ହାବୁଡ଼ରେ ପଡ଼ିଥିବା ଡକାୟତ ମାନେ ଅନୁଗୋଳ ଜିଲ୍ଲାର ୧୪ଟି ସ୍ଥାନରେ ଡକାୟତ କରିବା ସହିତ ୧୯ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ କରିଥିବା ପୋଲିସ ଜାଣିବାକୁ ପାଇଛି l ଡକାୟତ ଗ୍ୟାଙ୍ଗ ମଧ୍ୟରୁ ୩ଜଣ ଡକାୟତଙ୍କୁ ନେଇ ପୋଲିସ ସିନରିକ୍ରିଏସନ ପରେ ପୋଲିସ ଗିରଫ ୩ଜଣଙ୍କୁ କୋର୍ଟ ଚାଲାଣ କରିଛି l
ସୂଚନା ଯେ ଜାନୁୟାରୀ ୯ତାରିଖ ସନ୍ଧ୍ୟାରେ ଛେଣ୍ଡିପଦା ଥାନା କମ୍ପସଲା ଗାଁରେ ଥିବା ଜନ ସେବାକେନ୍ଦ୍ର ପରିଚାଳକ ଜିତେନ୍ଦ୍ର ସାହୁଙ୍କ ଠାରୁ ଭୁଜାଲିରେ ହାଣ ବନ୍ଧୁକ ଦେଖାଇ ୪୯ହାଜର ରୁ ଉର୍ଦ୍ଧ ଟଙ୍କା ଓ ବହୁ ଗୁରୁତ୍ୱପୂର୍ଣ କାଗଜ ପାତ୍ର ଲୁଟ କରି ଫେରାର ହୋଇଯାଇଥିଲେ l ଏନେଇ ଥାନାରେ ପୋଲିସ ଏକ ମାମଲା ରୁଜୁ କରିବା ସହିତ ଅନୁଗୋଳ ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ କରାଯାଇ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ l ଚଢ଼ାଉ ବେଳେ ପୋଲିସ ୨ଟି ଡକାୟତ ଗାଙ୍ଗ ଠାବ କରିବା ସହିତ ଉକ୍ତ ଗ୍ୟାଙ୍ଗରେ ୭ଜଣ ଆନ୍ତଜିଲା ଡକାୟତ ଥିବା ଜାଣିବାକୁ ପାଇଥିଲା l ଏନେଇ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ଜଣ ଡକାୟତଙ୍କୁ କାବୁ କରିବାରେ ସଫଳ ହେଵା ସହିତ ସେମାନଙ୍କୁ ଅଟକ ରଖି ପଚରା ଉଚରା କରିଥିଲା l ପଚରା ଉଚରା ବେଳେ ସେମାନେ ପୋଲିସ ଆଗରେ କ୍ଷୀରୋଦ ନାଏକ ଗ୍ୟାଙ୍ଗ ଓ ସୁଶାନ୍ତ ନାଏକ ଗ୍ୟାଙ୍ଗ ଥିବା ଜାଣିବାକୁ ପାଇଥିଲେ l କ୍ଷୀରୋଦ ଗ୍ୟାଙ୍ଗରେ ୫ଜଣ ସଦସ୍ୟ ଥିବା ବେଳେ ସୁଶାନ୍ତ ନାଏକ ଗ୍ୟାଙ୍ଗରେ ଅଛନ୍ତି ୨ଜଣ ସଦସ୍ୟ l ଏହି ଦୁଇ ସଦସ୍ୟ ଅନୁଗୋଳ ଜିଲ୍ଲା ୧୧ଟି ଥାନା ଓ ଦେବଗଡ଼, କେନ୍ଦୁଝର, ଢେଙ୍କାନାଳ ଆଦି ଥାନାର ବିଭିନ୍ନ ଅଞ୍ଚଳରେ ଡକାୟତି କରିଥାନ୍ତି l
କମ୍ପସଲା ଡାକୟତ ଘଟଣାରେ ଉକ୍ତ ୩ଜଣଙ୍କର ସମୃକ୍ତି ଥିବା ଜାଣିବା ପରେ ପୋଲିସ ଉକ୍ତ ୩ଜଣଙ୍କୁ ନେଇ କମ୍ପସଲା ଗାଁ କୁ ଯାଇ ଲୁଚାଇ ରଖିଥିବା ବନ୍ଧୁକ, ଭୁଜାଲି ଓ ଡକାୟତି ବେଳେ ବ୍ୟବହୃତ କରିଥିବା ଏକ ମୋଟର ସାଇକେଲ ସହିତ ଡାକୟତ କରିଥିବା କାଗଜ ପତ୍ର, ବହୁ ନମ୍ବର ପ୍ଲେଟକୁ ପୋଲିସ ଜବତ କରିଥିଲା l ଏହା ପରେ ଉକ୍ତ ଡାକୟତ ମାନେ ଜନସେବାକେନ୍ଦ୍ର ପରିଚାଳକଙ୍କୁ କିପରି ଲୁଟ କରିଥିଲେ ତାର ସିନ ରି କ୍ରିଏସନ କରିଥିଲେ lସେଠାରେ ଡକାୟତ ମାନେ କିପରି ସାଧାରଣ ଲୋକଙ୍କୁ ଭୟଭୀତ କରି କଟୁରୀରେ ହାଣି ଲୁଟ କରୁଥିଲେ ଦେଖାଇବା ସହିତ ପୋଲିସ ଆଗରେ ବଖାଣିଥିଲେ l ପୋଲିସ ଉକ୍ତ ୩ଜଣଙ୍କ ଠାରୁ ପୋଲିସ ୧୦ହଜାର ୨୫୦ଟଙ୍କା, ଏକ ଖେଳଣା ବନ୍ଧୁକ, ତେଲଙ୍ଗାନା କଟୁରି, ୫ମୋବାଇଲ ଫୋନ,ନକଲି ନମ୍ବର ପ୍ଲେଟ ଆଦି ଜବତ କରିବା ସହିତ ଅପରାହ୍ନରେ କୋର୍ଟ ଚାଲାଣ କରିଥିଲେ l ଏହି ଡକାୟତ ଗ୍ୟାଙ୍ଗରେ ଥିବା ଅନ୍ୟ ସଦସ୍ୟ ମାନଙ୍କୁ ଧରିବା ପାଇଁ ପୋଲିସର ଉଦ୍ୟମ ଜାରି ରହିଥିବା ଛେଣ୍ଡିପଦା ଥାନା ଅଧିକାରୀ ବିଭୁଦତ୍ତ ରାଉତରାୟ ପ୍ରକାଶ କରିଛନ୍ତି l
Naxatra News is now on Whatsapp
Join and get latest news update delivered to you via whatsapp
Join Now