ବୁଢ଼ୀ ଠାକୁରାଣୀ ଯାତ୍ରାର ରଥ ଓ କଳାକୁଞ୍ଜ ଉନ୍ମୋଚିତ

ଧୁମଧାମ ସହକାରେ ଚାଲିଛି ମା ବୁଢ଼ୀ ଠାକୁରାଣୀଙ୍କ ବିଶ୍ୱପ୍ରସିଦ୍ଧ ଦୁଇ ବାର୍ଷିକ ଯାତ୍ରା। ଏଥିପାଇଁ ଚଳଚଂଚଳ ବ୍ରହ୍ମପୁର ସହର। ପ୍ରତିଦିନ ମା ଙ୍କ ଘଟ ବିଭିନ୍ନ ସାହି ପରିକ୍ରମା କରିଥୁବାବେଳେ, ଆରମ୍ଭ ହୋଇଯାଇଛି ମାଙ୍କ ର ପ୍ରିୟ ରଥ ଓ କଳାକୁଞ୍ଜ ଉନ୍ମୋଚିତ।  ପରମ୍ପରା ଅନୁଯାୟୀ ପ୍ରଥମେ କେଉଁ ରଥ ଓ କେଉଁ କଳାକୁଞ୍ଜ ଉନ୍ମୋଚିତ ହେବ, ସେହି ଅନୁସାରେ ଯାତ୍ରା ର 14 ଦିନରେ ମାଙ୍କ ର ଅତି ପ୍ରିୟ ବିଞ୍ଚନା ରଥ ଓ ଜ୍ୱାଳାମୁଖୀ କଳାକୁଞ୍ଜ ଉନ୍ମୋଚିତ ହୋଇଯାଇଛି। ବଚୁବରୀ ସାହିରେ ବିଛଣା ରଥ, କାଳୁପାତ୍ର ସାହିରେ ଜ୍ୱାଳାମୁଖୀ ରଥ, ଓ ଷଣ୍ଢ ମହାନ୍ତି ସାହିରେ ଶିବ ରୂଢ଼କାଳୀ ରଥ ଉନ୍ମୋଚିତ ହୋଇଛି। ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସାହିର ଅନେକ ରଥ ଓ କଳାକୁଞ୍ଜ ପ୍ରତିଷ୍ଠା ହେବାର ପରମ୍ପରା ରହିଛି।

ମାଙ୍କ ଯାତ୍ରା ପାଇଁ ଘରେ ଘରେ କୁଣିଆ ଚର୍ଚ୍ଚା। ମା ଯେମିତି ତାଙ୍କ ବାପ ଘରକୁ ଆସିଛନ୍ତି , ସମସ୍ତଙ୍କ ବିବାହିତ ଝିଅ ମାନେ ବି ସେମିତି ନିଜ ବାପ ଘରକୁ ଆସି ଯାତ୍ରା ର ମଜା ନେଉଛନ୍ତି। ତିନି ଗୋଟି ସାହି ରେ ରଥ ଓ କଳାକୁଞ୍ଜ ଉନ୍ମୋଚିତ ହୋଇଥିବାବେଳେ, ମା ଙ୍କ ଘଟ ପରିକ୍ରମା ସମୟରେ ରଥ ଓ କଳାକୁଞ୍ଜ କୁ ଜୀବନ୍ୟାସ ଦେବା ସହ ଚକ୍ଷୁ ଦାନ କରିଛନ୍ତି। ଏହା ସହ ବିଭିନ୍ନ ରୀତି ନୀତି ପରମ୍ପରା ଅନୁଯାୟୀ ପୁଜାର୍ଚ୍ଚନା କରାଯାଇଥିଲା। ମା ଙ୍କ ଯାତ୍ରା ସରିଲା ପର୍ଯ୍ୟନ୍ତ ଏହି ରଥ ଓ କଳାକୁଞ୍ଜ ପୂଜା ଜାରି ରହିବ ବୋଲି ଜଣାପଡିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *