ଓଡ଼ିଶାରେ ୭୦୦ ଟପିଲାଣି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା

ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ରୋଗ ବ୍ୟାପିବାରେ ଲାଗିଛି। ସେହି ଅନୁପାତରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତମାନ ସୁଦ୍ଧା ଛଅ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଟପିଲାଣି। ଅର୍ଦ୍ଧାଧିକ ଲୋକ ଚିକିତ୍ସିତ ହୋଇ ସୁସ୍ଥ ଅବସ୍ଥାରେ ଘରକୁ ଫେରିଲେଣି। ରାଜ୍ୟ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ଟିମ୍ ସହିତ ବିଭିନ୍ନ ସ୍ବାସ୍ଥ୍ୟ ଅନୁଧ୍ୟାନକାରୀ ଦଳ ମେଡିକାଲ୍ ଓ ଅଞ୍ଚଳ ଗସ୍ତ କରି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ତେବେ ରୋଗୀ ସଂଖ୍ୟା ଏତେ ମାତ୍ରାରେ ବଢ଼ିଛି ଯେ ମେଡ଼ିକାଲ ଗୁଡିକରେ ଆକ୍ରାନ୍ତ ମାନଙ୍କୁ ଆବଶ୍ୟକ ମୁତାବକ ବେଡ ମିଳୁନି। ସ୍ଥାନୀୟ ମନ୍ତ୍ରୀ, ବିଧାୟକ ଓ ଅନ୍ୟ ଜନପ୍ରତିନିଧି ମାନେ ମେଡ଼ିକାଲ ମାନଙ୍କୁ ଗସ୍ତ କରି ପରିସ୍ଥିତି ସମ୍ପର୍କରେ ଅବଗତ ହେଉଛନ୍ତି। ମେଡ଼ିକାଲ ଟିମ୍ ଦ୍ଵାରା ଖାଦ୍ୟ ଜନିତ କାରଣ ଦର୍ଶାଯାଇଥିବା ବେଳେ ଏହାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନି।ସେପଟେ ବିଜେଡ଼ି ଏବଂ କଂଗ୍ରେସର ପ୍ରତିନିଧି ଦଳ ମଧ୍ୟ ମେଡ଼ିକାଲ ମାନଙ୍କୁ ଗସ୍ତକରି ସ୍ଥିତି ସମ୍ପର୍କରେ ଅବଗତ ହେଉଛନ୍ତି। ବିଜେଡ଼ି ପ୍ରତିନିଧି ଦଳ ଜିଲ୍ଲା ହେଡ କ୍ୱା ମେଡିକାଲରେ ପହଞ୍ଚି ବର୍ତ୍ତମାନର ସ୍ବାସ୍ଥ୍ୟ ସେବା ଉପରେ ନିଜର ଅସନ୍ତୁଷ୍ଟ ପ୍ରକାଶ କରିବା ସହିତ ଏହାକୁ ତ୍ୱରାନ୍ୱିତ କରିବା ନେଇ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି। ମେଡ଼ିକାଲ ମାନଙ୍କରେ ଆବଶ୍ୟକ ମୁତାବକ ବେଡର ବ୍ୟବସ୍ଥା କରିବାକୁ ଦାବି ଜଣାଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *