ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ। ଏହାକୁ ମିଶାଇ 6 ରୁ 7 ଥର ମୋଦି ଓଡ଼ିଶା ଆସିଲେଣି। ହେଲେ ଯାହା ପ୍ରତିଶ୍ରୁତି ଦେଇଥିଲେ ତାଙ୍କ ସରକାର ଦେଢ଼ ବର୍ଷ ଭିତରେ କିଛିବି ପୂରଣ କରିନାହାନ୍ତି କି କରିବାରେ ନାହିଁ। ଡବଲ ଇଞ୍ଜିନ ସରକାର ଦେଇଥିବା ପ୍ରତିଶୃତି କାର୍ଯ୍ୟକାରୀ ହେଉ। ପ୍ରଧାନମନ୍ତ୍ରୀଙ୍କର ଆଉ ସେହି ଚମତ୍କାର ନାହିଁ। ନୂଆପଡ଼ା ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇନି। କିନ୍ତୁ ବିଜେଡି ଏଥିପାଇଁ ପ୍ରସ୍ତୁତ ଅଛି। ସବୁ ରାଜନୈତିକ ଦଳ ଜିତିବା ପାଇଁ ଚାହାନ୍ତି। ଆମ ଦଳ ରାଜେନ୍ଦ୍ର ଢୋଲକିଆ ଏବଂ ତାଙ୍କ ପରିବାର ସହ ଅଛୁ। ତେଣୁ ତାରିଖ ଘୋଷଣା ହେଲେ ଆମ ଦଳ ନିଶ୍ଚିତ ଭାବେ ସବୁକିଛି ସ୍ଥିର କରିବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now