ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାଲିଛି ଅନ୍ଧାରି ଚିକିତ୍ସା

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ।ବିଦ୍ୟୁତ ଚାଲିଯିବାରୁ ଚାଲିଛି ଅନ୍ଧାରି ଚିକିତ୍ସା ।ବିଦ୍ୟୁତ ନ ଥିବାରୁ ବୁଲୁଛନ୍ତି ବାହାରେ ଡ଼ାକ୍ତର ।  ଓପିଡ଼ି ଚିକିତ୍ସା ବନ୍ଦ । ପ୍ରସୂତି ଡ଼ାକ୍ତର ମୋବାଇଲରେ ଦେଖୁଛନ୍ତି ରୋଗୀ ।ଲ୍ୟାବରେ ବି  ମୋବାଇଲ ସାହା ,ୱାର୍ଡ ବି ଅନ୍ଧାର ,ରୋଗୀ ହନ୍ତସନ୍ତ । ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିବା ରୋଗୀ ଏମିତି ବି ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଡ଼ାକ୍ତର କହୁଛନ୍ତି କରେଣ୍ଟ ନାହିଁ ଆମେ କଣ କରିବୁ ।ଡିଜିରେ ଡିଜେଲ ନଥିବାରୁ ଏମିତି ହୋଇଥିବା ଲୋକ କହିଛନ୍ତି । ସରକାର କିପରି ଚିକିତ୍ସିତ ସୁବିଧା ଯୋଗାଇ ଦେଉଛନ୍ତି ତାହା ପଦରେ ପଡିଛି । ଏନେଇ ମେଡ଼ିକାଲ ଅଫିସର ଅଶୋକ ମିଶ୍ରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *