ସାଲିଆ ସାହି ବାସୀଙ୍କୁ ମିଳିବ ଘର

ସାଲିଆସାହିରେ ଉଚ୍ଛେଦ ହୋଇଥିବା ସବୁ ବସ୍ତି ବାସିନ୍ଦାଙ୍କୁ ସରକାର ଘର ଯୋଗାଇଦେବେ। ଯେଉଁମାନେ ଘର ଛାଡୁନାହାନ୍ତି ସେମାନଙ୍କୁ କିଛି ଲୋକ ଜାଣିଶୁଣି ବିଭ୍ରାନ୍ତ କରୁଛନ୍ତି। ତାର କାରଣ ହେଲା ସେମାନେ ଏକାଧିକ ଘରକୁ ଭଡ଼ା ସୂତ୍ରରେ ଦେଇଛନ୍ତି। ସେମାନଙ୍କ ଘର କାଳେ ଭାଙ୍ଗିଯିବ ସେ ଭୟରେ ସେମାନେ ସାଧାରଣ ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି। କିଛି ଫାଇନାନ୍ସିଆଲ୍ ସାଉଣ୍ଡ ଲୋକ ଏଭଳି କରୁଛନ୍ତି । ସରକାର ଧୀରେ ଧୀରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଏଵଂ ଆଗକୁ ଆହୁରି ଜୋରଦାର କରାଯିବ। ଆଉ କିଛି ଲୋକ ଘରପାଇଥିବା ବେଳେ 24 ବର୍ଷ ଭିତରେ ପୂର୍ବ ସରକାର ବସ୍ତିରେ ରହି ଜବର୍ ଦାଖଲ କରିଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ସେମାନଙ୍କୁ ସାହାଯ୍ୟ କଲେ, ଯେଉଁଥିପାଇଁ ଏ ସମସ୍ୟା ଆଜି ଦୁଇଗୁଣୀତ ହୋଇଛି। ଆମେ ବସ୍ତି ହଟାଇ ସବୁ ଲୋକଙ୍କୁ ଥଇଥାନ କରାଯିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *