ବିଏସକେୱାଇ ବନ୍ଦ! ଦ୍ୱନ୍ଦ୍ୱ ଦୂର କଲେ ମୁଖ୍ୟ ସଚିବ

Spread the love

ରାଜ୍ୟରେ ବିଏସକେୱାଇ କାର୍ଡ ବନ୍ଦକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମୁଖ୍ୟ ସଚିବ। ଭିଡିଓ ବାର୍ତ୍ତା ଜରିଆରେ ବିଏସକେୱାଇ କାର୍ଡ ଚାଲୁ ରହିଛି ବୋଲି ସ୍ପଷ୍ଟ କଲେ ମୁଖ୍ୟ ସଚିବ ପ୍ରଦୀପ ଜେନା। ‘ବିଏସକେୱାଇ ଚାଲୁ ରହିଛି, ଏହି ଯୋଜନାରେ ରୋଗୀ ଚିକିତ୍ସା ଅବ୍ୟାହତ ଅଛି’।‘ବିଏସକେୱାଇ ହିତାଧିକାରୀଙ୍କୁ ହସ୍ପିଟାଲମାନେ ଅବହେଳା କରିପାରିବେନାହିଁ’। ଚିକିତ୍ସାରେ ଅବହେଳା କରିପାରିବେନି କି ଡିସ୍‌ଚାର୍ଜ ମଧ୍ୟ କରିପାରିବେନି’। ‘କିଛି ଅସୁବିଧା ହେଲେ ହେଲପଲାଇନ ନମ୍ବର ୧୦୪କୁ କଲ କରି  ଜଣାଇ ପାରିବେ। ‘କୌଣସି ହସ୍ପିଟାଲ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ସଚିବ। ।

ତେବେ ରାଜ୍ୟରେ ସରକାର ବଦଳୁଥିବା ଦେଖି ବିଏସକେୱାଇ କାର୍ଡ କାମ କରିବନି କହି କିଛି ଘରୋଇ ହସ୍ପିଟାଲ ରୋଗୀମାନଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହୋଇଥିଲା। ରୋଗୀମାନଙ୍କୁ ନିଜ ଖର୍ଚ୍ଚରେ ଚିକିତ୍ସା ପାଇଁ ଘରୋଇ ମେଡିକାଲଗୁଡ଼ିକ କହୁଥିବା କିଛି ରୋଗୀ ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *