ବ୍ୟାପୁଛି ଝାଡାବାନ୍ତି ;୨ମୃତ ୫୦ ଆକ୍ରାନ୍ତ

ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ଲଖପାଲି ଗାଁରେ ବ୍ୟାପୁଛି ଝାଡାବାନ୍ତି । ଏଥିରେ ୨ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆକ୍ରାନ୍ତ ହୋଇଛନ୍ତି । ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭିମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟମାନେ ଗାଁରେ ଚିକିତ୍ସା ହେଉଛନ୍ତି ।

ତେବେ ୫ ଦିନ ତଳେ ଝାଡାବାନ୍ତିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟଥିଲା । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ଗାଁରେ ଝାଡାବାନ୍ତି ବ୍ୟାପିବାର କାରଣ ଜଣାପଡିନଥିବା ବେଳେ ନଳକୂପ ପାଣି ପିଇବା ଯୋଗୁଁ ଝାଡାବାନ୍ତି ହେଉଥିବା ନେଇ ସନ୍ଦେହ କରାଯାଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *