ପାକିସ୍ତାନରେ ନକଲି ଔଷଧ

Spread the love

ଇସଲାମବାଦ: ପାକିସ୍ତାନରେ ଦେଖିବାକୁ ମିଳିଛି ଔଷଧ ସଂଙ୍କଟ । ଖାଦ୍ୟପାଇଁ ଭୋକରେ ଡହଳ ବିକଳ ହେଉଥିବା ପାକିସ୍ତନ ଲୋକେ ଖାଉଛନ୍ତି ନକଲି ଔଷଧ । ଦେଶରେ ଔଷଧ ଅଭାବ ଦେଖାଯାଉଥିବା ବେଳେ ଏବେ ନକଲି ଔଷଧ ବଜାର ବେଶ ଗରମ ଥିବା ଜଣା ପଡିଛି । ତେବେ ଆର୍ଥିକ ଅଭାବରୁ କମ ଦାମରେ ଔଷଧ କିଣି ଖାଉଛନ୍ତି ପାକିସ୍ତାନ ବାସୀ ।

ପାକିସ୍ତାନରେ ଅର୍ଥର ମୂଲ୍ୟ ଦିନକୁ ଦିନ ତଳକୁ ଖସୁଥିବା ବେଳେ, ଅନ୍ୟ ଦେଶରୁ ଔଷଧର କଞ୍ଚାମାଲ ଆଣି ଔଷଧ ପ୍ରସ୍ତୁତ କରିବା କମ୍ପାନୀ ପାଇଁ ଭାରି ପଡୁଛି। ତେଣୁ ଔଷଧ କମ୍ପାନୀ ଗୁଡିକ ଔଷଧର ମୂଲ୍ୟ 38 ପ୍ରତିଶତ ବୃଦ୍ଧି କରିବାକୁ ଦାବି କରୁଛନ୍ତି । କିନ୍ତୁ ପାକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣକରୁନାହିଁ ।

ଫଳସ୍ୱରୁପ କମ୍ପାନୀ ଗୁଡିକ ଉଚିତ ପରିମାଣର ଔଷଧ ନିର୍ମାଣ କରିପାରୁନାହାନ୍ତି ଏବଂ ଔଷଧର ଘୋର ଅଭାବ ଦେଖାଦେଉଛି । ଲୋକେ ସାମାନ୍ୟ ଔଷଧ କିଣିବା ପାଇଁ ଅଧିକରୁ ଅଧିକ ଟଙ୍କା ଦେବାକୁ ପଡୁଛି । ଏହି ସମୟରେ ଦେଶରେ ବୃଦ୍ଧି ପାଉଛି ନକଲି ଔଷଧ କାରବାର।

Leave a Reply

Your email address will not be published. Required fields are marked *