ସୋସିଆଲ ମିଡିଆରେ ରାଜନେତାଙ୍କ ଇଜ୍ଜତ ନିଲାମ

() ଅର୍ଚ୍ଚନା ନାଗ ଓ ତାଙ୍କ ନାଗଫାଶରେ ପଡ଼ିଥିବା ରସିକିଆ ନେତାଙ୍କୁ ନେଇ ନିଇତି ସୋସିଆଲ ମିଡିଆରେ ଘୁରିବୁଲୁଛି ଭଳିକି ଭଳି ଫଟୋ। ଅର୍ଚ୍ଚନାଙ୍କ ପାଖରେ ଏମିତି କି କିମିଆ ଥିଲା କି, ସବୁ ତାଙ୍କ ବଶରେ ବୋଲି ସୋସିଆଲ ମିଡିଆରେ ୟୁଜର୍ସଙ୍କ କମେଣ୍ଟ ବି ବେଶ୍ ରୋଚକ ହୋଇଛି ଯେମିତି। ଆଉ ବଡ଼ବଡ଼ିଆଙ୍କ ସହ ଦୋସ୍ତିରୁ ନେଇ ଅନ୍ତରଙ୍ଗ ମୂହୂର୍ତ୍ତର ଫଟୋ ଭାଇରାଲ ଯେମିତି ଏବେ ହଟ୍ ଟପିକ୍ ପାଲଟିଛି ଉଣା ଅଧିକେ ସଭିଙ୍କ ମୁହଁରେ।

ଅର୍ଥ, କ୍ଷମତା କେମିତି ସମସ୍ତଙ୍କୁ ବାଟବଣା କରିଦିଏ, ଅର୍ଚ୍ଚନା ନାଗ ଏପିସୋଡରୁ ଭଲ କରି ପ୍ରମାଣିତ ହେବାରେ ଲାଗିଛି। ଦେହ ଲୋଭରେ ଜନ ପ୍ରତିନିଧି କେଉଁସ୍ତରକୁ ଯାଇପାରନ୍ତି ବୋଲି ସୋସିଆଲ ମିଡ଼ିଆରେ ୟୁଜର୍ସଙ୍କ ଭିତରେ ଜାରି କମେଣ୍ଟକୁ ନେଇ ଯେମିତି ଚାଲିଛି ପ୍ରତିଯୋଗିତା। ଅର୍ଚ୍ଚନାଙ୍କ ଆକର୍ଷଣରେ ଏମିତି କି କିମିଆ ଥିଲା ଯେ, ସବୁ ଦଳର ନେତାଙ୍କ ପାଖେ ପାଖେ ଅର୍ଚ୍ଚନା ଓ ତାଙ୍କ ସାନିଧ୍ୟ ଥିଲା ବୋଲି ଖଟି ବଜାରରେ ଆଲୋଚନା। ଅର୍ଚ୍ଚନା ଓ ତାଙ୍କ ସ୍ୱାମୀଙ୍କ ସହ ଏମାନଙ୍କ ଭିତରୁ କେତେକଙ୍କର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ବିଜେପିର ଟାଣୁଆ ନେତା କନକବର୍ଦ୍ଧନ ସିଂଦେଓ ଅର୍ଚ୍ଚନାଙ୍କୁ ନିର୍ବାଚନ ଟିକଟ ଦେବାର କୁଆଡ଼େ ପ୍ରଲୋଭନ ଦେଇ ସମ୍ପର୍କ ରଖିବାକୁ ଚାହିଁଥିଲେ। ଏଥିଲାଗି ଅର୍ଚ୍ଚନା ତାଙ୍କୁ ବ୍ଲାକମେଲିଂ କରି ୨ କୋଟି ଟଙ୍କା ମାଗିଥିଲେ। କେଭିଙ୍କ ବିରୋଧରେ ବି ଏତଲା ଦେଇଥିଲେ ଅର୍ଚ୍ଚନା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଅର୍ଚ୍ଚନାଙ୍କୁ ସୁନ୍ଦରୀ ବନାଇବାକୁ କୁଆଡ଼େ ମୁମ୍ୱାଇର ଲେଜର ଟ୍ରିଟମେଣ୍ଟ କରାଇଥିଲେ। ଅଜସ୍ର ଟଙ୍କା ତାଙ୍କ ଲାଗି ଖର୍ଚ୍ଚ କରିଥିଲେ ଦିଲ୍ଲୀପ। ସେ ବି ପରେ ବ୍ଲାକମେଲିଂର ଶୀକାର ହେଲେ।

ବିଜେଡିର ବରିଷ୍ଠ ନେତା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କୁଆଡ଼େ ଅର୍ଚ୍ଚନାଙ୍କ ସାନିଧ୍ୟ ପାଇଁ ବିଧାନସଭାରେ ନିଜର ଚାମ୍ୱରକୁ ଅବାଧ ପ୍ରବେଶ କରାଇଥିଲେ ବୋଲି ଚର୍ଚ୍ଚା ହେଉଛି। ଅର୍ଚ୍ଚନାଙ୍କ ସତ୍ୟବିହାରରେ ରାଜଉଆସ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ହୋଇଥିଲେ ସୂର୍ଯ୍ୟ। ପରେ ନିବିଡ଼ ସମ୍ପର୍କର ଭିଡିଓ ଦେଖାଇ ୫ କୋଟି ଟଙ୍କା ମାଗିଥିଲେ ବୋଲି କୁହାଯାଉଛି। କେନ୍ଦ୍ରାପଡାରେ ସାନ ବାବୁ ଭାବେ ପରିଚିତ ମନ୍ତ୍ରୀ ପ୍ରତାପ କେଶରୀ ଦେବ କୁଆଡ଼େ ଅର୍ଚ୍ଚନାଙ୍କୁ ଜନ୍ମଦିନରେ ସୁନାର ଗହଣା ଦେଇଥିଲେ। ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଜନ୍ମଦିନରେ ସାଢ଼େ ୩ ଲକ୍ଷ ଟଙ୍କିଆ ଭ୍ୟାନିଟି ବ୍ୟାଗ୍ ଉପହାର ଦେଇଥିଲେ। ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଅର୍ଚ୍ଚନାଙ୍କୁ ୫୦ଟି ଭିଆଇପି କ୍ରିକେଟ୍ ପାସ୍ ଦେଇଥିଲେ। ଜୁନ୍ ରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଭାରତ-ଦକ୍ଷିଣ ଆଫ୍ରିକା ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚ ପାଇଁ କୁଆଡ଼େ ଏହି ପାସ୍ କରାଇଦେଇଥିଲେ। ପୁଲିସ ଜବତ କରିଥିବା ମୋବାଇଲ ଓ ଲାପଟପର ତଥ୍ୟ ଓ କିଛି ଭାଇରାଲ ଅଡିଓକୁ ଆଧାର କରି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପୁଲିସ ଯଦିଓ ଆନୁଷ୍ଠାନିକ ଭାବରେ ନେତାଙ୍କ ନାଁକୁ ନେଇ ସୂଚନା ଦେଇନି। କିନ୍ତୁ ନେତାଙ୍କ ନାଁ ଓ ଚେହେରା ଦାଣ୍ଡର ପଡ଼ି ହାଟରେ ଗଡ଼ିଲାଣି। ଏଭଳି ସମ୍ୱେଦନଶୀଳ ମାମଲାରେ ନିଜକୁ ଗୋଟା ସୁନା ପୁଅ ବୋଲି କେହି ଦମ୍ଭି ଲା ମୁହଁରେ କହିବାକୁ ସାହସ କୁଳାଇ ପାରୁନାହାନ୍ତି। ସବୁ ଦଳର ନେତାଙ୍କ ସଂପୃକ୍ତି ଥିଲା ବେଳେ ୩ ମନ୍ତ୍ରୀଙ୍କ ସମେତ ୧୮ ବିଧାୟକଙ୍କ ନାଁ ଆଗକୁ ଆସିଛି। ଅଧିକାଂଶ ବିଧାୟକ କୁଆଡ଼େ ଶାସକ ଦଳର ବୋଲି ଚର୍ଚ୍ଚା ହେଉଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *