ଓଡ଼ିଶା

କାର୍ତ୍ତିକରେ ପଡୁଛି ପରାଗ ଓ ଗ୍ରହଣ: କିପରି ରହିଛି ଦେବନୀତି

() କାର୍ତ୍ତିକ ମାସରେ ଉଭୟ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ। ଏହି ସମୟରେ ପାକତ୍ୟାଗ ଓ ହାଣ୍ଡିଛାଡ଼ ଥିବାରୁ କିଭଳି ଦେବ ନୀତି ସମ୍ପନ୍ନ ହେବ, ତାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ଥିଲା ବେଳେ ଜ୍ୟୋତିଶ ବିଶାରଦଙ୍କ ମତରେ ଭିନ୍ନ ଭିନ୍ନ ମତ ଆସିବାରେ ଲାଗିଛି।

। ୨୪ରେ ପୟାଶ୍ରାଦ୍ଧ, ବଡ଼ବଡ଼ୁଆ ଡାକ, ଶ୍ୟାମାକାଳୀ ପୂଜା ପଡ଼ୁଥିଲା ବେଳେ ପୂର୍ଣ୍ଣମୀରେ ଗ୍ରହଣ ଲାଗୁଛି। ଭୋର୍ ସାଢ଼େ ୪ଟା ଆଗରୁ ଡଙ୍ଗାଭସା ତଥା କାର୍ତ୍ତିକ ନୀତି ସମ୍ପାଦନ କରିବାକୁ ପଡ଼ିବ।

ଅକ୍ଟୋବର ୨୫ରେ ଦୀପାବଳି ଅମାବାସ୍ୟାରେ ସୂର୍ଯ୍ୟୋପରାଗ ପଡ଼ୁଛି। ଅପରାହ୍ନ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ। ସେଥିଲାଗି ୪ଟା ୫୭ରୁ ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି। ସେହିଭଳି ନଭେମ୍ୱର ୮ରେ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ୁଛି। ଅପରାହ୍ନ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଛି। ସକାଳ ୮ଟା ୨୯ରୁ ଅନ୍ନଭୋଜନ, ପାକକର୍ମ ଓ ଦେବନୀତି ନିଷେଧ ହୋଇଛି। ସର୍ବମୋକ୍ଷ ସଂଧ୍ୟା ୬ଟା ୧୮ ମିନିଟ୍ ୪୭ ସେକେଣ୍ଡରେ ହେବ। ସେଥିଲାଗି ଶ୍ରୀମନ୍ଦିର ନୀତିକାନ୍ତିରେ ବି ପରିବର୍ତ୍ତନ ହୋଇପାରେ। ଧର୍ମ ମାସରେ ପରାଗ ଓ ଗ୍ରହଣ ପଡ଼ୁଥିବା ସତ୍ତ୍ୱେ ପରମ୍ପରା ମୁତାବକ ଡଙ୍ଗା ଭସା କି ବଡ଼ ବଡ଼ୁଆ ଡାକରେ କୌଣସି ଅସୁବିଧା ନାହିଁ ବୋଲି ଅନେକଙ୍କର ମତ।  ତେବେ ମେଷ, ତୁଳା, ବିଛା, ମକର, କୁମ୍ଭ ଓ ମୀନ ରାଶିରେ ଲୋକେ ଗ୍ରହଣ ଦର୍ଶନ କଲେ ଅଶୁଭ ହେବ।

ସେପଟେ ଜ୍ୟୋତିର୍ବିଦଙ୍କ ମତରେ, ସୂର୍ଯ୍ୟୋପରାଗ ପାଇଁ ପିତୃକାର୍ଯ୍ୟ, ଦୀପଦାନ, ଦୀପାବଳି ପାଳନ କରିବାରେ ଅସୁବିଧା ନାହିଁ। ପରାଗ ସରିବା ପରେ ଶରୀର ଶୁଦ୍ଧି ହୋଇ ପାଳିବେ ନଚେତ୍ ଦୀପାବଳି ପୂର୍ବଦିନ ବି ବିଧି ପାଳିପାରିବେ। ନଭେମ୍ୱର ୮ରେ କାର୍ତ୍ତିକ ପୂର୍ଣ୍ଣିମାରେ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ହେବ। ୨ଟା ୩୯ରୁ ଚନ୍ଦ୍ରଗ୍ରହଣ ସ୍ପର୍ଶ କରୁଥିବାରୁ ସକାଳ ୪ଟା ୨୯ ପରେ ଆଉ ଡଙ୍ଗାଭସା ହୋଇପାରିବନି। ସେପଟେ ବୈଜ୍ଞାନିକଙ୍କ ମତରେ, ପରାଗ ଓ ଗ୍ରହଣ ସହ ଧର୍ମୀୟ ବିଧିବିଧାନର କୌଣସି ସମ୍ପର୍କ ନାହିଁ। ଏହା ଏକ ସ୍ୱାଭାବିକ ମହାଜାଗତିକ ପ୍ରକ୍ରିୟା।

ପୁରୀରୁ ପିଣ୍ଟୁ ସାହୁ, ବୁଗୁଡ଼ାରୁ ଅଭିମନ୍ୟୁ ମିଶ୍ରଙ୍କ ସହ ଭୁବନେଶ୍ୱରରୁ ସିମ୍ପୁଲ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button