ଇଡି କରିବ ଅର୍ଚ୍ଚନାଙ୍କ ଅର୍ଥ କାରବାରର ତଦନ୍ତ

ଭୁବନେଶ୍ବର: ବ୍ଲାକମେଲର ଅର୍ଚ୍ଚନା  ନାଗ ମାମଲାରେ ନୂଆମୋଡ l ଅର୍ଚ୍ଚନାଙ୍କ ଅମାପ ସମ୍ପତ୍ତିକୁ ନେଇ ତଦନ୍ତ କରିବ ଇଡି। ତେଣୁ ଇଡିକୁ ଏଫଆଇଆର କପି  ହସ୍ତାନ୍ତର କଲା କମିଶନରେଟ  ପୋଲିସ l ଏହା ପରେ ଅର୍ଚ୍ଚନା କେଉଁଠୁ ଏତେ ପରିମାଣର ସମ୍ପତ୍ତି ଆଣିଲେ ମାତ୍ର କେତେଟା ବର୍ଷା ଭିତରେ ତାର ପର୍ଦ୍ଦାଫାସ ହେବ ବୋଲି ଆଶା କରାଯାଉଛି।

ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ ମାମଲାରେ ଇଡିରେ ହେବ ଏଣ୍ଟ୍ରି। ଆଗକୁ ଇଡି ଅର୍ଚ୍ଚନାଙ୍କ ଟଙ୍କା କାରବାର ଉପରେ କରିବ ତଦନ୍ତ। ତେଣୁ କମିଶନରେଟ ପୁଲିସ ପକ୍ଷରୁ ଇଡିକୁ ଏଫଆଇଆର କପି ହସ୍ତାନ୍ତର କରାଯାଇଛି। ଅର୍ଚ୍ଚନାଙ୍କ ବେଆଇନ କାରବାରର ନେଇ   ଇଡି  ଖୋଳତାଡ଼ କରିବ l ମାତ୍ର ବର୍ଷ ତିନିଟିରେ ଅର୍ଚ୍ଚନା କିପରି ଅମାପ ସମ୍ପତ୍ତି ଠୁଳ କଲେ, କାହାଠାରୁ କେତେ ଟଙ୍କା ଆଣିଛନ୍ତି, କାହାକୁ ଦେଇଛନ୍ତି ସବୁ ତଥ୍ୟ ଇଡି ତଦନ୍ତରୁ ସାମ୍ନାକୁ ଆସିପାରେ। 

ଦୀର୍ଘ ଦିନରୁ ବିରୋଧୀ ପୁଲିସର ଟାଳଟୁଳ ନୀତିକୁ ନେଇ ପ୍ରଶ୍ନ ଉଠାଉଥିଲେ। ଅର୍ଚ୍ଚନାଙ୍କ ସତ୍ୟବିହାର କୋଠା, ନାମୀ ଦାମୀ କୁକୁର, ଘୋଡା, ବିଭିନ୍ନ ବିଦେଶୀ ଓ ଲକ୍ଜୁରୀ ସାମଗ୍ରୀକୁ ନେଇ କେଉଁଠୁ ଏତେ ଅର୍ଥ ସେ ଆଣିଲେ ଜାଣିବାକୁ ରାଜ୍ୟବାସୀ ଚାହିଁ ରହିଥିଲେ। ଏଥିସହ ବିଭିନ୍ନ ରାଜନେତାଙ୍କ ସହ ଅର୍ଚ୍ଚନାଙ୍କ ଫଟୋକୁ ନେଇ ମଧ୍ୟ ରାଜନୈତିକ ପାଣିପାଗ ଗୋଳିଆ ହୋଇଯାଇଛି। ସବୁ ଦଳ ଅର୍ଚ୍ଚନାଙ୍କ କୁବେର ଭଣ୍ଡାର ଉତ୍ସ ସମ୍ପର୍କରେ ଜାଣିବାକୁ ଉଚ୍ଛୁକ ଥିବା ବେଳେ ଇଡିକୁ ଅର୍ଥ କାରବାରର ତଦନ୍ତ ପାଇଁ ବିରୋଧୀ ଦାବି କରିଆସୁଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *