ବିପଦଶଙ୍କୁଳ ସ୍ଥିତିରେ ପିଲା ପଢୁଛନ୍ତି ପାଠ

ନୟାଗଡ: ଶିକ୍ଷାର ବିକାଶ ପାଇଁ  ସରକାର  ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି l ସ୍ମାର୍ଟ ସ୍କୁଲ ମାଧ୍ୟ୍ୟମରେ ଉର୍ନତ ମାନର ଶ୍ରେଣୀ ଗୃହ ଓ ଆଧୁନିକ ପ୍ରଣାଳୀର ଶିକ୍ଷାର ବ୍ୟବସ୍ଥା ପ୍ରଣୟନ କରାଯାଇଛି l କିନ୍ତୁ ନୟାଗଡ଼ ଜିଲ୍ଲା କେନ୍ଦୁଢିପି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ବିପଦ ସଂକୁଳ ଅବସ୍ଥାରେ ପାଠ ପଢୁଛନ୍ତି l ଆସନ୍ତୁ ଦେଖିବା ଆମର ଏହି ରିପୋର୍ଟ l

୨ଟି ଶ୍ରେଣୀ ଗୃହ। ହେଲେ ଚାରୋଟି ଶ୍ରେଣୀର ଶହେରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଇଠି ପଢନ୍ତି। ତା ପୁଣି ଅତି ଦୟନୀୟ ଅବସ୍ଥାରେ। କାରଣ ଆଉ ଚାରା ହିଁ ନାହିଁ। ଶ୍ରେଣୀ ଗୃହର ଛାତ ଫାଟି ଆଁ କଲାଣି। ବର୍ଷାରେ ଛାତରୁ ପାଣି ଗଳେ। ଅନେକ ସମୟରେ ଛାତରୁ ସିମେଣ୍ଟ ଖଣ୍ଡ ପଡ଼ୁଛି। ଶ୍ରେଣୀ ଗୃହ ନଥିବାରୁ ଏଭଳି ବିପଦସଙ୍କୁଳ ଅବସ୍ଥାରେ ପାଠ ପଢ଼ୁଛନ୍ତି ନୟାଗଡ଼ ଜିଲ୍ଲା କେନ୍ଦୁଢିପି ସରକାରୀ ପ୍ରାଥମିକ ସ୍କୁଲର।

ସରପଞ୍ଚ, ବିଡ଼ିଓ, ଜ଼ିଲ୍ଲାପାଳଙ୍କଠୁ ନେଇ ବିଧାୟକଙ୍କ ଯାଏ, ସମସ୍ତଙ୍କୁ ସ୍କୁଲ ସମସ୍ୟା ବାବଦରେ କୁଆଡ଼େ ଅବଗତ କରାଯାଇଛି। କିନ୍ତୁ ସୁଫଳ ମିଳିନି। କୋମଳମତି ଶିଶୁଙ୍କ ଭାଗ୍ୟ ସହ ପ୍ରଶାସନ ଖେଳୁଛି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ। ସେପଟେ ପଞ୍ଚାୟତରେ ଟଙ୍କା ନାହିଁ। ଅର୍ଥ ଆସିଲେ ନୂତନ ଗୃହ ହେବ ବୋଲି କହିଛନ୍ତି ଜିଲ୍ଲା ପ୍ରକଳ୍ପ ଅଧିକାରୀ।

ବିପଦସଙ୍କୁଳ ଅବସ୍ଥାରେ ଦୟନୀୟ ଭାବେ ପଢୁଥିବା ପିଲାଙ୍କ ପାଇଁ ନୂଆ ଶ୍ରେଣୀ ଗୃହ କରିବା ଆଗରୁ ଏମାନଙ୍କ ଲାଗି ବିକଳ୍ପ ବ୍ୟବସ୍ଥା ପ୍ରଶାସନ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି।

ଦେବବ୍ରତ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *