ଜମୁଛି ଛାଡ଼ଖାଇ

() ଆଜି ଛାଡଖାଇ। ଓଡିଶାର କୋଣ ଅନୁକୋଣରେ ଆମିଷ ବଜାରରେ ଖଚାଖଚ ଭିଡ । ବିଭିନ୍ନ ପ୍ରକାରର ମାଛ,ଚିଙ୍ଗୁଡ଼ି,କଙ୍କଡା ଆଦି କିଣି ନେଉଛନ୍ତି ଲୋକେ । ଦୀର୍ଘ ଏକ ମାସ ଧରି ନିରାମିଷ ଭୋଜନ ପରେ ଆଜି ଆମିଷ ଖାଇ ଛାଡଖାଇ ପାଳୁଛନ୍ତି ଓଡିଆ।

ଓଡିଶାର କୋଣ ଅନୁକୋଣରେ ଆମିଷ ବଜାରରେ ଖଚାଖଚ ଭିଡ । ବିଭିନ୍ନ ପ୍ରକାରର ମାଛ, ଚିଙ୍ଗୁଡ଼ି, କଙ୍କଡା ଆଦି କିଣି ନେଉଛନ୍ତି ଲୋକେ । ଛାଡଖାଇ ବୁଧବାର ପଡିଥିବାରୁ ଆମିଷ ବଜ଼ାର ମାନଙ୍କରେ ଭିଡ ଲାଗିଛି। ଛାଡଖାଇ ପାଇଁ ବ୍ରହ୍ମପୁର ଏବଂ କଟକ ସହରରେ ପ୍ରବଳ ଭିଡ ପରିଲକ୍ଷତ ହୋଇଛି। କାର୍ତ୍ତିକ ମାସ ଶେଷ ପରେ ମାର୍ଗଶୀର ମାସର ପ୍ରଥମ ଦିନରେ ଛାଡ଼ଖାଇ ପାଳନ କରିଛନ୍ତି ସହରବାସୀ । ପ୍ରତ୍ୟକ ଦିନ ଅପେକ୍ଷା ଆଜି ଦର ସାମାନ୍ୟ ବୃଦ୍ଧି ହୋଇଥିଲେ ସୁଦ୍ଧା ଆମିଷକୁ କିଣି ନେଉଛନ୍ତି ଲୋକେ।  

ସେପଟେ ଛାଡଖାଇ ବୁଧବାର ପଡିଥିବାରୁ ଭଲ ବ୍ୟବସାୟ ହୋଇଛି ବୋଲି କହିଛନ୍ତି ବ୍ୟବସାୟୀ। ଗ୍ରାହକଙ୍କ ଚାହିଦାକୁ ଆଖିରେ ରଖି ବଜାରରେ ପର୍ଯ୍ୟାପ୍ତ ପରିମାଣରେ ଚିକେନ୍, ମଟନ୍, ଚିଙ୍ଗୁଡି ଏବଂ ମାଛ ବିକ୍ରୟ କରାଯାଇଛି। ବ୍ରହ୍ମପୁରକୁ ଆନ୍ଧ୍ରରୁ ମାଛ ଓ ମାଂସ, ବାଲୁଗାଁରୁ ଚିଙ୍ଗୁଡ଼ି ଆସିଥିବା ବେଳେ ସମସ୍ତ ବ୍ୟବସାୟ ଭଲ ହୋଇଥିବା କହିଛନ୍ତି ବ୍ୟବସାୟୀ । ବଡ ମାଛ ୧୫୦ ଟଙ୍କା, ଚିକେନ୍‌ ୨୪୦ ଏବଂ ମଟନ କିଲୋ ପିଛା ୧୦୦୦ ଟଙ୍କା ରହିଛି । ସେହିପରି କଟକରେ ଦେଶୀ ମାଛ, ଲୁଣି ମାଛ, ଚିଙ୍ଗୁଡ଼ି, କଙ୍କଡା ଆଦି ଦର ଅପରିବର୍ତ୍ତିତ ରହିଥିଲା । ଏହା ଗ୍ରାହକଙ୍କୁ ବେଶ ସୁହାଇଛି ବୋଲି କହିଛନ୍ତି ଆମିଷ ବ୍ୟବସାୟୀ। ତେବେ ଆଉ କେତେକ ବ୍ୟବସାୟୀଙ୍କ ମତରେ ପୂର୍ବ ବର୍ଷର ଛାଡ଼ଖାଇ ଭଳି ଚଳିତ ବର୍ଷ ସେତେ ପରିମାଣରେ ବ୍ୟବସାୟ ହୋଇନାହିଁ । ଆସନ୍ତା ଶୁକ୍ରବାର ଅଧିକ ବ୍ୟବସାୟ ହେବ ବୋଲି ବ୍ୟବସାୟୀ ଅଛନ୍ତି ଆଶାବାଦୀ ।

ଅଧିକ ବ୍ୟବସାୟ ହେବା ନେଇ ଆମିଷ ବ୍ୟବସାୟୀଙ୍କ ମହଲରେ ଦେଖାଜେଇଛି ଖୁସି।

ବ୍ରହ୍ମପୁରରୁ ଇତିଶ୍ରୀ ସମାପିକା ଏବଂ କଟକରୁ ଚିତ୍ତରଞ୍ଜନ ସାମନ୍ତରାୟଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *