ଜମୁଛି ବାଲିଯାତ୍ରା

କଟକ: ଜମୁଛି ବାଲିଯାତ୍ରା । ନାହିଁ ନଥିବା ଭିଡ଼ ସହ ଲକ୍ଷ ଲକ୍ଷ ଲୋକଙ୍କ ସମାଗମରେ ଫାଟିପଡୁଛି ବାଲିଯାତ୍ରା। ପୋଲିସ ପାଇଁ ଚାଲେଞ୍ଜ ପାଲଟିଛି ଭିଡ଼ ନିୟନ୍ତ୍ରଣ। ପଡିଆ ଭିତରେ କରାଯାଇଛି ୧୦ଟି ପୋଲିସ ସପୋର୍ଟ କେନ୍ଦ୍ର । ୨ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଥିବା ବେଳେ ସନ୍ଧ୍ୟା ୭ଟାରୁ ଫୁଲ ହୋଇଯାଉଛି ସମସ୍ତ ପାର୍କିଂ ।

ଭିଡ଼ ଭିତରେ କଟକ ଐତିହାସିକ ବାଲିଯାତ୍ରାର ଭରପୁର ମଜା ନେଉଛନ୍ତି ଦର୍ଶକ। ବୁଲା ବୁଲି, କିଣା କିଣି ସାଙ୍ଗକୁ ସ୍ୱାଦିଷ୍ଟ ଖାଦ୍ୟକୁ ମନଭରି ଉପଭୋଗ କରୁଛନ୍ତି ଦର୍ଶକ। କଟକ ଐତିହାସିକ ବାଲିଯାତ୍ରାର ଆଜି ୬ଷ୍ଠ ଦିବସ। କଟକ ନୁହଁ କଟକ ବାହାରୁ ମଧ୍ୟ ବାଲିଯାତ୍ରାକୁ ଆସିଛନ୍ତି ଦର୍ଶକ । ତଳ ଓ ଉପର ବାଲିଯାତ୍ରା ପଡିଆରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ପ୍ରତେକ ଦୋକାନରେ ପ୍ରବଳ ଭିଡ ରହିଛି। ଚଳିତ ବର୍ଷ ବାଲିଯାତ୍ରା ବୁଲବା ସହ ବେଶ ଆନନ୍ଦ ନେଉଛନ୍ତି ଦର୍ଶକମାନେ ।

ବାଲିଯାତ୍ରାରେ ଭିଡ଼କୁ ଦେଖି ପଦକ୍ଷେପ ନେଉଛି କମିଶନରେଟ ପୋଲିସ । ଅଧିକ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଶତାଧିକ ଭଲେଣ୍ଟୟର ମୁତୟନ ରହିଛନ୍ତି। ଟ୍ରାଫିକ ମ୍ୟାନେଜମେଣ୍ଟ ପାଇଁ ହୋଇଛି ମାଷ୍ଟର ପ୍ଲାନ । ୨ ଟି ସ୍ଥାନରେ ହୋଇଛି ପାର୍କିଂ ବ୍ୟବସ୍ଥା । ସନ୍ଧ୍ୟା ୭ଟାରୁ ଫୁଲ ହୋଇଯାଉଛି ସମସ୍ତ ପାର୍କିଂ । ପାଖାପାଖି ୭କିମି ଚାଲି ଚାଲି ପଡିଆକୁ ଆସୁଛନ୍ତି ଦର୍ଶକ । ସେପଟେ ସମସ୍ତ ପାର୍କିଂ ଫୁଲ ହୋଇଯିବାରୁ ବାଲିଯାତ୍ରା ନ ଦେଖି ଫେରିଛନ୍ତି ଅନେକ ଦର୍ଶକ । ସଚେତନ ହୋଇ ବୁଲାବୁଲି କରିବାକୁ ପରାମର୍ଶ ଦେଇଛନ୍ତି କଟକ ଡିସିପି ।

ରାତି ହେଉ କି ଦିନ ବାଲିଯାତ୍ରାରେ ସବୁ ସମୟରେ ଜମୁଛି ଲୋକଙ୍କ ଭିଡ଼ । ତେବେ ଭିଡ଼ରୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ମଧ୍ୟ ସଚେତନ ରହିଛି।  କଟକରୁ କ୍ୟାମେରା ଦୀପ୍ତିରଞ୍ଜନ ଶତପଥୀଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *