ଗୋପପୁର କମିଟି ପକ୍ଷରୁ କଳାକାର ଚୟନ

ବରଗଡ:  ବରଗଡ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ପାଇଁ ଗୋପପୁର କମିଟି ପକ୍ଷରୁ ମଧ୍ୟ  କଳାକାର ଚୟନ କରାଯାଇଛି । କୃଷ୍ଣ,ବଳରାମ,ରାଧା ଏବଂ ମଧୁମଙ୍ଗଲ ପାଇଁ ଏଥର ନୂତନ କଳାକାର ଚୟନ କରାଯାଇ ଥିବା ବେଳେ ସମସ୍ତଙ୍କ ମଧ୍ୟରେ ଧନୁଯାତ୍ରାରେ ଅଭିନୟ କରିବା ପାଇଁ ବେଶ୍ ଉତ୍ସାହ ଦେଖିବାକୁ ମିଳିବ।

ବରଗଡ ଧନୁଯାତ୍ରା ଯେତିକି ପାଖେଇ ଆସୁଛି ଏହାକୁ ନେଇ ଉତ୍ସାହ ସେତିକି ବଢ଼ିବାରେ ଲାଗିଛି। ଚଳିତ ବର୍ଷ ବରଗଡ ଧନୁଯାତ୍ରା ୭୫ତମ ବର୍ଷ ପୂର୍ତ୍ତି ହେବାକୁ ଯାଉଥିବା ବେଳେ ଏହାକୁ ହିରକ ଜୟନ୍ତୀ ଭାବେ ପାଳନ କରାଯିବ। ଏହାକୁ ନେଇ ଗତ ୧୦ ତାରିଖରେ ମଥୁରା ପାଇଁ କଳାକାର ଚୟନ ସରିଥିବା ବେଳେ ଏବେ ଗୋପପୁର କମିଟି ପକ୍ଷରୁ ନୂତନ ଭାବେ କୃଷ୍ଣ,ବଳରାମ,ରାଧା ଓ ମଧୂମଙ୍ଗଲ ପାଇଁ କଳାକାର ଚୟନ କରାଯାଇଛି। ଚଳିତ ବର୍ଷ ଯାତ୍ରା ପାଇଁ କୃଷ୍ଣ ଭୂମିକାରେ ସମ୍ରାଟ ମହାପାତ୍ର,ବଳରାମ ଭୂମିକାରେ ଶ୍ରେୟସ ପୁଝାରୀ,ରାଧା ଭୂମିକାରେ ବୈଷ୍ଣବୀ ବିର୍ତିଆ ଓ ମଧୂମଙ୍ଗଲ ଭୂମିକାରେ ସତ୍ୟ ନାରାୟଣ ଷଡଙ୍ଗୀଙ୍କୁ କମିଟି ମନୋନୀତ କରିଛି। ଯାହାକୁ ନେଇ କଳାକାରଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଏବେ ଠାରୁ ପ୍ରସ୍ତୁତିରେ ଲାଗି ପଡିଛନ୍ତି।

ଧନୁଯାତ୍ରାରେ କୃର୍ଷ୍ଣଳିଲାର ସମସ୍ତ ଦୃଶ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଗୋପପୁର ପରି ଅମ୍ବାପଳି ଗାଁର ଆବାଳ ବୃଦ୍ଧ ବନିତା କୃଷ୍ଣ ପ୍ରେମରେ ମଜ୍ଜି ଯାଇଥାନ୍ତି। ଏବଂ ଧନୁଯାତ୍ରା ସମୟରେ ସମସ୍ତେ ଜଣେ ଜଣେ କଳାକାର ରୁପେ କର୍ତ୍ତବ୍ୟ ପାଳତିଥାନ୍ତି। ତେଣୁ ସମସ୍ତଙ୍କ ରକ୍ତରେ କଳା ଭାରିରହିଥିବା ବେଳେ ଚଳିତ ବର୍ଷ ଧନୁଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ଲାଗି ପଡ଼ିଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କଳାକାରଙ୍କ ଅଭ୍ୟାସ ଆରମ୍ଭ ହୋଇନଥିବା ବେଳେ ସମସ୍ତେ ଧନୁଯାତ୍ରାକୁ ପାଇଁ ବେଶ୍ ଉତ୍ସାହିତ ଅଛନ୍ତି।

ଚଳିତ ବର୍ଷ ଧନୁଯାତ୍ରା ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଜାନୁୟାରୀ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏବେଠାରୁ ସମସ୍ତେ ଲାଗି ପଡିଛନ୍ତି ସମସ୍ତ କଳାକାର ।

ଧ୍ରୁବ କର୍ମୀଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *