ସରକାରୀ ସହାୟତା ଅପେକ୍ଷାରେ ଅସହାୟ ଦିପ୍ତିମୟୀ ।  

ଯାଜପୁର: ଯାଜପୁର ଜିଲ୍ଲା ବରି ବ୍ଲକ ବାଲିବିଲି ପଞ୍ଚାୟତରେ ଦିପ୍ତିମୟୀ ସାମଲ ଭଙ୍ଗା ଘରେ ଛିଣ୍ଡା ପାଲ ପକାଇ ଖରା ବର୍ଷା ସହି ପରିବାର ସହିତ ବସବାସ କରନ୍ତି। ସ୍ବାମୀ ମଦ୍ୟପାନ କରି ସବୁବେଳେ ବାହାରେ ରହୁଥିବା ବେଳେ ଘର ନିକଟସ୍ଥ ବିଦ୍ୟାଳୟରେ ରୋଷେଇ କରି ଘର ଚଳାଉଥିଲେ ଦିପ୍ତୀ । ହେଲେ ଏବେ ଦିପ୍ତୀ ମଧ୍ୟ କ୍ୟାନସର ପୀଡିତା । ଦୁଇ ମାନସିକ ବିକାରଗ୍ରସ୍ତ ପିଲାଙ୍କୁ କେମିତି ପାଳିବେ ତାକୁ ନେଇ ସଂପୂର୍ଣ୍ଣ ଭାଙ୍ଗି ପଡିଛିନ୍ତି ଦିପ୍ତୀ ।

ଯାଜପୁର ଜିଲ୍ଲା ବରି ବ୍ଲକ ବାଲିବିଲି ପଞ୍ଚାୟତରେ ଦିପ୍ତିମୟୀ ସାମଲ ଭଙ୍ଗା ଘରେ ଛିଣ୍ଡା ପାଲ ପକାଇ ବାସ କରନ୍ତି । ପରିବାର କହିଲେ ସ୍ବାମୀ ଏବଂ ମାନସିକ ବିକୃତ ଦୁଇଟି ପୁଅ ଝିଅ। ସ୍ବାମୀ ଅନିଲ ବିଶ୍ଵାଳ ଯାହା ରୋଜଗାର କରନ୍ତି ତାକୁ ମଦ ପିଇ ଦିଅନ୍ତି । ଦୀପ୍ତିମୟୀ ପାଖ ସ୍କୁଲ ରେ ରୋଷେଇ କରି ଯାହା ପାଆନ୍ତି ସେଥିରେ ଦୁଖେ କଷ୍ଟେ ପରିବାର ଚଳାଉଥିଲ । ହେଲେ ବୋଝ ଉପରେ ନଳିତା ବିଡା ପରି ଦିପ୍ତି ଙ୍କ ପ୍ରତି ମାଡ଼ି ଆସିଲା ପୁଣି ଏକ ଦୁଃଖ।  ଚାରି ମାସ ତଳେ ଦିପ୍ତିମୟୀ ଅସୁସ୍ଥ ହୋଇ ମେଡିକାଲରେ ଯାଞ୍ଚ ପରେ  ତାଙ୍କୁ କ୍ୟାନସର ହୋଇଥିବା ଜାଣିବାକୁ ପାଇଥିଲେ । ସେବେଠାରୁ ନୁଆଁଣିଆ ଚାଳ ଘରେ ଶେଯରେ ପଡ଼ି ରହିଛନ୍ତି ଦୀପ୍ତି। ଆଉ ଚିକିତ୍ସା ପାଇଁ ଆବଶ୍ୟକ ଲକ୍ଷାଧିକ ଟଙ୍କା। ଗାଁ ଲୋକେ ବହୁ ସାହାଯ୍ୟ କରିଛନ୍ତି। ହେଲେ ତାଙ୍କ ସ୍ବାମୀଙ୍କର ଦେଖାନାହିଁ । ସେପଟେ ପିଲା ଦୁଇଟି କେତେବେଳେ ହସୁଛନ୍ତି ତ କେତେବେଳେ କାନ୍ଦୁଛନ୍ତି। ତେବେ ଦିପ୍ତିମୟୀଙ୍କ ବଡ ଭଉଣୀ ତାଙ୍କ ପାଖରେ ରହି ସେବାଶୁଶ୍ରୁଶା କରୁଛନ୍ତି ।  

ଏଭଳି ପରିସ୍ଥିତିରେ ଏ ପରିବାର ଆଗକୁ ଚଳିବେ କିପରି ତାକୁ ନେଇ ସଭିଏଁ ଚିନ୍ତାରେ ।  ତେବେ ଦିପ୍ତିମୟୀ ଙ୍କ ଚିକିତ୍ସା ସହିତ ମାନସିକ ବିକୃତ ପିଲା ଦୁଇ ଜଣଙ୍କର ଚଳଣୀ ପାଇଁ ପ୍ରଶାସନ କିମ୍ବା କେହି ସହୃଦୟ ବ୍ୟକ୍ତି ସହାୟତା ଯୋଗାଇବାକୁ ଗୁହାରୀ କରିଛନ୍ତି ସ୍ଥାନୀୟବାସୀ । 

ଯଦି କେହି ସହୃଦୟ ବ୍ୟକ୍ତି ଦିପ୍ତୀମୟୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ୭୯୭୮୯୨୭୭୬୨ ନମ୍ୱର୍ ରେ ଯୋଗାଯୋଗ କରିବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *