ଓଡ଼ିଶା

ମୁଖ୍ୟମନ୍ତ୍ରୀ କଳାକାର ଯୋଗ୍ୟତା ଚୟନ ପ୍ରକ୍ରିୟା

କେନ୍ଦ୍ରାପଡ଼ା: କଳାକାର ସହାୟତା ପାଇଁ ଚାଲିଛି ଚୟନ ପ୍ରକ୍ରିୟା । ଗାଁ ଗହଳି ରୁ ଧାଇଁ ଆସିଛନ୍ତି କଳାକାର ମାନେ । ବିଭିନ୍ନ କଳା ପ୍ରଦର୍ଶନ କରି ନିଜର ପ୍ରତିଭା ଦେଖାଉଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଲିଛି ମୁଖ୍ୟମନ୍ତ୍ରୀ କଳାକାର ଯୋଗ୍ୟତା ଚୟନ ପ୍ରକ୍ରିୟା ପାଇଁ ଅଡିସନ।

ଏ କୌଣସି ଯାତ୍ରା କିମ୍ୱା ନାଟକର ଅଡିସନ ନୁହେଁ। ଏ ହେଉଛି କଳାକାର ଭତ୍ତା ପାଇଁ ଚୟନ ପ୍ରକ୍ରିୟା । ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କଳାକାର ଭତ୍ତା ପାଈଁ ଯୋଗ୍ୟତା ଚୟନ ପ୍ରକ୍ରିୟା ର ଆଜି ଶେଷ ଦିନ ।କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ୯ଗୋଟି ବ୍ଲକରେ ଚାଲିଛି ଏହି ଅଡିସନ । ବିଭିନ୍ନ ପଞ୍ଚାୟତରୁ ଭିନ୍ନ ଭିନ୍ନ ବର୍ଗ ର କଳାକାର ଆସି ନିଜ ନିଜ ପ୍ରତିଭା ପ୍ରଦର୍ଶିତ କରି ଯୋଗ୍ୟତା ପ୍ରତିପାଦନ କରୁଛନ୍ତି । ରିୟାଲିଟି ଶୋ ଭଳି ଚାଲିଛି ଅଡିସନ ପ୍ରକ୍ରିୟା । ଜଣଙ୍କ ପରେ ଜଣେ ପ୍ରତିଯୋଗୀ ନିଜ ପ୍ରତିଭା ଦେଖାଉଛନ୍ତି । ଜିଲ୍ଲାରେ ୩ହଜାର ଅଣାଅଶୀ ଜଣ କଳାକାର ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୯୫ ଜଣ କଳାକାର ଙ୍କୁ ଚୟନ କରାଯିବ ।

ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା ରେ କଳାକାର ମାନଙ୍କୁ ମାସିକ ବାରଶହ ଟଙ୍କା ଲେଖାଏଁ ଭତ୍ତା ଦିଆଯିବା ବ୍ୟବସ୍ଥା ରହିଛି । ବରିଷ୍ଠ ସଙ୍ଗୀତଜ୍ଞ ଙ୍କ ସମେତ ଗରଦପୁର ବ୍ଲକ ବିଡ଼ିଓ ଧର୍ମ ରଂଜନ ପଣ୍ଡା, ଲୋକନାଥ ମହାବିଦ୍ୟାଳୟ ର ପ୍ରିନ୍ସିପାଲ ପ୍ରଦୀପ କୁମାର ନାୟକ ବିଚାରକ ଭାବେ ଯୋଗ ଦେଇଥିଲେ । ନାମ ସଂକୀର୍ତନ, ଅଭିନୟ,ବାଦ୍ୟ, ଗାୟନ ଆଦି ବିଭିନ୍ନ ବର୍ଗ ର କଳା ପ୍ରଦର୍ଶିତ କରିଛନ୍ତି କଳାକାର । ଶେଷରେ ଯୋଗ୍ୟତା ଭିତ୍ତି ରେ ଭତା ପାଈଁ କଳାକାର ଚୟନ କରାଯିବ ବୋଲି ସୂଚନା ଦେଉଛନ୍ତି ବିଚାରକ ।

ତେବେ ଶହ ଶହ କଳାକାର ପରିଣତ ବୟସରେ ନିଜର କଳା ଦେଖାଇ ଭତା ପାଇଁ ଧାଇଁ ଆସିଛନ୍ତି । ପରିଣତ ବୟସରେ ଯେଉଁ ମାନେ ପହଞ୍ଚିଲେଣି ସେମାନଙ୍କର ପ୍ରତିଭା କିଛି ମାତ୍ରାରେ  ଏପଟ ସେପଟ ହେବ। ହେଲେ ଏଭଳି ପରିସ୍ଥିତିରେ କିଭଳି ଚୟନ ଠିକ ହେବ  ଆଶା ଆଶଙ୍କାରେ  କଳାକାର ।

 ଦିଲ୍ଲୀପ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button