ସବୁଆଡ଼େ ହକି ଫିଭର୍

() ସବୁଠି ହକି କ୍ରେଜ୍। ବିଶ୍ୱକପ୍ ହକି ଟ୍ରଫିକୁ ସ୍ୱାଗତ କରିବାକୁ ଯେତିକି ଉତ୍ସାହ ପରିଲକ୍ଷିତ ହୋଇଥିଲା। ସେତିକି ଏହାକୁ ଉପଭୋଗ କରିବାକୁ ନାହିଁ ନଥିବା ଉତ୍ସାହ ସବୁଠି। କେଉଁଠି ଓ୍ୱାକାଥନ୍ ତ କେଉଁଠି ସଚେତନତା ଶୋଭାଯାତ୍ରା ତ ପୁଣି କେଉଁଠି ଓଡ଼ିଶାରେ ହକି ଖେଳର ଐତିହ୍ୟ ଓ ପରମ୍ପରାକୁ ଉତ୍ସାହିତ କରିବାକୁ ଆର୍ଟ ଫର୍ ହକିର ଆୟୋଜନ। ତେବେ ଆଜି ଅପରାହ୍ନ ୩ଟାରୁ କଳିଙ୍ଗ ଷ୍ଟାଡିୟମକୁ ସାଧାରଣ ଲୋକଙ୍କ ପ୍ରବେଶ ଥିଲେ ବି ସଂଧ୍ୟା ସୁଦ୍ଧା ଗେଟ୍ ଖୋଲିନଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଥିଲା।

୧୩ରୁ ହକି ବିଶ୍ୱକପ୍। ହେଲେ ତା ଆଗରୁ ହକି ଫିଭର୍ ସବୁଆଡ଼େ। ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ। ଲୋକନୃତ୍ୟ, ସଂକୀର୍ତ୍ତନରେ ଦୁଲୁକୁଛି ପରିବେଶ। ନେତା, ପ୍ରଶାସନିକ ଅଧିକାରୀଙ୍କଠୁ ନେଇ ସାଧାରଣ ଜନତା। ସମସ୍ତେ ଏକାକାର। କେନ୍ଦ୍ରାପଡ଼ାରୁ ଯାଜପୁର। ଭୁବନେଶ୍ୱରରୁ ନେଇ ଜଗତସିଂହପୁର। କୌଣସି ଗୋଟିଏ ବି ଅଞ୍ଚଳ ହକି ଫିଭରରୁ ବାଦି ପଡ଼ିନି। ଉଦଘାଟନୀ ଉତ୍ସବର ସିଧାପ୍ରସାରଣ କିଭଳି ବଡ଼ ପରଦାରେ ଲୋକେ ଦେଖିପାରିବେ, ତାକୁ ନେଇ ଯାଜପୁର ଜିଲ୍ଲା ପ୍ରଶାସନ ବି ବ୍ୟବସ୍ଥା କରୁଛି। ବିଶ୍ୱକପ୍ ହକି ଲାଗି ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଝାରସୁଗୁଡ଼ାରେ ସ୍ୱାସ୍ଥ୍ୟମନ୍ତ୍ରୀ।

କୁଜଙ୍ଗରେ ବିଶାଳ ମଟର ସାଇକେଲ ରାଲି, ପାଇକ ଆଖଡ଼ା ଜରିଆରେ ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତିର୍ତ୍ତୋଲରେ ଭାରତର ବିଜୟକାମନା କରି ବନ୍ଦେ ମାତରଂ ଧ୍ୱନିରେ ପରିବେଶକୁ କମ୍ପାଇଥିଲେ ସଭିଏଁ। ଶହେରୁ ବେଶୀ ବୁଲେଟ ଆରୋହୀ ଟ୍ରଫିକୁ ବିରାଟ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। କଟକ-ପାରାଦୀପ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ଟ୍ରଫି ସ୍ୱାଗତ ବେଳେ  ଢେଙ୍କାନାଳରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ସଚେତନତା ପଦଯାତ୍ରା କରିଛନ୍ତି। ଭୁବନେଶ୍ୱରରେ ସମସ୍ତ ଓ୍ୱାର୍ଡରେ ଓ୍ୱାକାଥନ ହୋଇଛି। ପାନ୍ଥନିବାସରେ ଆର୍ଟ ଫର୍ ହକି ନାଁରେ ଓଡ଼ିଶାରେ ହକି କ୍ରୀଡ଼ାର ଐତିହ୍ୟ, ପରମ୍ପରାକୁ ଉଜ୍ଜୀବିତ ପାଇଁ ଚିତ୍ରକଳା ପ୍ରଦର୍ଶିତ ହୋଇଛି। ତେବେ ଅପରାହ୍ନ ୩ଟା ପରଠୁ କଳିଙ୍ଗ ଷ୍ଟାଡିଅମକୁ ସର୍ବସାଧାରଣ ପ୍ରବେଶ ଅନୁମତି ଥିଲା ବେଳେ ଲୋକେ ସଂଧ୍ୟା ସୁଦ୍ଧା ପ୍ରବେଶ କରିପାରିନଥିଲେ। କାରଣ ଗେଟ୍ ଖୋଲିନଥିଲା। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା।

ସବୁଠି ଉଲ୍ଲାସ, ଉତ୍ସାହ ଓ ଉତ୍ସବର ମହାପର୍ବ। ଓଲି ରାଇଜକୁ ଆସନ୍ତୁ ଓ ପୁରୁଷ ହକି ବିଶ୍ୱକପର ମଜା ନିଅନ୍ତୁ ବୋଲି ଓଡ଼ିଶା ସରକାର ନିମନ୍ତ୍ରଣ କରୁଛନ୍ତି। ଆଉ ହକି ପାଇଁ ଓଡ଼ିଶା ଯେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି କହିଲେ ଭୁଲ୍ ହେବନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *