ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି

Spread the love

କୋରାପୁଟ: ପୁଣି ଆବାସ ଯୋଜନାର ହିତାଧିକାରୀ ତାଲିକାରେ ବ୍ୟାପକ ତ୍ରୁଟି । ତାଲିକାରେ ଧନୀକ ଶ୍ରେଣୀଙ୍କ ନାମ ରହିଛି ହେଲେ ଯୋଗ୍ୟ ହିତାଧିକାରୀ ପଡିଛନ୍ତି ବାଦ। ଘର ଖଣ୍ଡେ ପାଇଁ ଆବେଦନ କରି ଥିଲେ ବି ବର୍ଷ ବର୍ଷ ଧରି ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଘର। ଭଙ୍ଗା ରୁଜା କୁଡ଼ିଆରେ ବିତୁଛି ଜୀବନ। ଯାହାକୁ ନେଇ ତାତିଛନ୍ତି ଗ୍ରାମବାସୀ ଓ ହିତାଧିକାରୀ। ବନ୍ଦ କରିଛନ୍ତି ସରକାରୀ କାର୍ଯ୍ୟାଳୟ।  

ଘର ଖଣ୍ଡେରୁ ବଞ୍ଚିତ ପ୍ରକୃତ ହିତାଧିକାରୀ । ବର୍ଷ ବର୍ଷ ଧରି ମିଳୁନି ଘର । ନିଘୋଡ଼ ନିଦ୍ରାରେ ଜିଲ୍ଲା ପ୍ରଶାସନ  । ଦିନେ କି ଦୁଇ ଦିନ ନୁହେଁ ୧୨ ବର୍ଷ ଧରି ତାଲିକାରେ ନାମ ଥିଲେ ବି  ପକ୍କା ଘର ମିଳୁନି, ଯାହାକୁ ନେଇ ତାତିଛନ୍ତି ଗ୍ରାମବାସୀ ଓ ହିତାଧିକାରୀ ।  ଏଭଳି ଦୃଶ୍ୟ  ଦେଖିବାକୁ ମିଳିଛି ବୋରିଗୁମ୍ମା ବ୍ଲକର କୁମୁଲି ପଞ୍ଚୟତରେ । ଆବାସ ଯୋଜନାରୁ ବଞ୍ଚିତ ହେବାରୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ଏହି ଯୋଜନାରେ ୪୦୦ ଜଣ ହିତାଧିକାରୀ ତାଲିକାଭୁକ୍ତ ହୋଇଥିବା ବେଳେ ସେଥିରୁ କେବଳ ୧୭୮ଜଣ ହିତାଧିକାରୀଙ୍କ ଘର ପ୍ରଦାନ ପାଇଁ ଜିଓ ଟାକ ହେଇଛି। ଏହି ତାଲିକାରୁ  ୨୨୨ ଜଣ ପ୍ରକୃତ ଗରିବ ଓ ଭୀର୍ଣ୍ଣ କ୍ଷମ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ଆଲୋଚନା କରିବା ପରିବତ୍ତେ ପାଲଟା FIRର ଭୟ ଦେଖାଉଛି । କିନ୍ତୁ ଜିଦରେ ଅଟଳ ଗ୍ରାମବାସୀ… । 

ସବୁଠାରୁ ବଡ କଥା କି କୋରାପୁଟ ଜିଲାରେ ଆବାସ ଯୋଜନାର ଏ ଗୋଟିଏ ଉଦାହରଣ ନୁହେଁ। କୋରାପୁଟ ଜିଲାରେ ଅନେକ ବ୍ଲକ ରେ ଅନେକ ଥର ଏମିତି ଘଟଣା ଦେଖିବାକୁ ମିଳିଛି ।  ଖାଲି ଯୋଗ୍ୟ ହିତାଧିକାରୀ ବର୍ତମାନ ବାଦ ପଡୁ ନାହାନ୍ତି ତା ସହିତ ଦିବ୍ୟାଙ୍ଗ ଓ ଆଦିବାସୀ ସମ୍ପ୍ରଦାୟର ଅନେକ ହିତାଧିକାରୀ ବି ପଡିଛନ୍ତି ବାଦ । ହେଲେ ସମସ୍ୟାର ସମାଧାନ ହୋଇପାରୁନାହିଁ  । ଘଟଣା କୁ ଏତେ ଦିନ ବିତି ଯାଇଥିଲେ ସୁଧା ନିରର୍ବଦ୍ରଷ୍ଟା ଜିଲା ପ୍ରଶାସନ ।  ରାଜ୍ୟ ସରକାରଙ୍କ ଦୁର୍ଗମ ଅଞ୍ଚଳ ପ୍ରତି ଦ୍ରୁଷ୍ଟି ପଡୁନି କି  ପ୍ରଶାସନିକ ଅଧିକାରୀଙ୍କର ବି ଆଖିପଡୁନି ବୋଲି ସାଂସଦ ସପ୍ତଗିରି ଉଲାକା କହିବା ସହ କୁମୁଲି ପଞ୍ଚାୟତ ରେ କାର୍ଯ୍ୟରତ ଥିବା ଜି ଆର ଏସ ଭି ଏ କଥା କୁ ସ୍ପଷ୍ଟ ଭାବେ ଗ୍ରହଣ କରୁଛନ୍ତି… । 

Leave a Reply

Your email address will not be published. Required fields are marked *