କିଏ ଆଇନକୁ ସମ୍ମାନ ଦେଇଛି ?

() କୋଳଥିଆରେ ଜଣଙ୍କ ନିର୍ମାଣଧୀନ ପାଚେରୀ ଭଙ୍ଗା ଘଟଣାକୁ ସପ୍ତାହେ ବିତିଗଲାଣି। ପୁଲିସ ଉଭୟ ପକ୍ଷକୁ ଡାକି ଜାଗା ଚିହ୍ନଟୀକରଣ କରିବାକୁ ପରାମର୍ଶ ଦେଇ ବିଦା କରିଦେଇଥିଲା। ହେଲେ ପ୍ରଶ୍ନ ଉଠୁଛି, କିଏ ଆଇନ ବାଟରେ ଥିଲା। ଯିଏ ପୂର୍ବ ନିର୍ଦ୍ଧାରିତ ଡିମାର୍କେସନକୁ ନ ମାନି ପାଚେରୀ ଉଠାଉଥିଲେ ନା ଯିଏ ବେଆଇନ ଭାବେ ଡ୍ରୋଜର ଲଗାଇ ନିର୍ମାଣଧୀନ ପାଚେରୀକୁ ଭାଙ୍ଗିଦେଲେ।

ଜାଗା କାହାର। କିଏ ଆଇନକୁ ସମ୍ମାନ ଦେଇଛି। ଭରତପୁର ଥାନାରେ ଦିଆଯାଇଥିବା ଏତଲା ଅନୁସାରେ କୋଳଥିଆ ଛକରେ ଜାଗାକୁ ନେଇ ବିବାଦ ଥିଲା ପୁଷ୍ପାଞ୍ଜଳି ଓ ଭୂପୁତ୍ରଙ୍କ ଭିତରେ। ଉଭୟ ପୁଷ୍ପାଞ୍ଜଳି ସ୍ୱାଇଁ ଓ ଭୂପୁତ୍ର ପଣ୍ଡାଙ୍କ କହିବା କଥା, ସେମାନେ ଆଇନ ଅନୁସାରେ ଯାଇଥିଲେ। ତା ହେଲେ ଏମିତି ପରିସ୍ଥିତି ଉପୁଜିଲା କାହିଁକି। କାହିଁକି ପୁଷ୍ପାଞ୍ଜଳି ପୂର୍ବରୁ ଉଭୟ ପକ୍ଷର ଉପସ୍ଥିତିରେ ହୋଇଥିବା ଡିମାର୍କେସନକୁ ମାନିନଥିଲେ। ଯଦି ମାନିନଥିଲେ, ତା ହେଲେ ଆଉ କେଉଁ ଫୋରମକୁ ଯାଇଥିଲେ କି ନ୍ୟାୟ ଲାଗି। ଯଦି ଯାଇନଥିଲେ, ତା ହେଲେ ପାଚେରୀ ଉଠାଉଥିଲେ କେମିତି। ଆଉ ପାଚେରୀ ନିର୍ମାଣକୁ ବିରୋଧ କରି ବହୁବାର ଚେତାଇଦେଇଥିବା ଭୂପୁତ୍ର ପଣ୍ଡା କାହିଁକି ବାଧ୍ୟ ହେଲେ ଜବରଦସ୍ତ ଏହାକୁ ଭାଙ୍ଗିବାକୁ। ଶୁଣନ୍ତୁ ଏବେ କଅଣ କହୁଛନ୍ତି ପୁଷ୍ପାଞ୍ଜଳି।

ସେପଟେ ଭୂପୁତ୍ରଙ୍କ ସମ୍ପର୍କୀୟ ଦେବାର୍ଚ୍ଚନ ପଣ୍ଡା ଯାହାଙ୍କ ନାଁ ଏତଲାରେ ଉଲ୍ଲେଖ ଅଛି। ସେ ବି କହିଥିଲେ, ଯାହା କରିଛୁ, ଆଇନ ଅନୁସାରେ। ପୁଲିସ ଜ୍ଞାତସାରରେ ହୋଇଛି। ସେମାନେ କୌଣସି ଅପରାଧିକ ପୃଷ୍ଠଭୂମିର ନୁହଁନ୍ତି। ପାଲଟା ପୁଷ୍ପାଞ୍ଜଳିଙ୍କ ବାପା ସେମାନଙ୍କୁ ମାରିବାକୁ ଗୋଡ଼ାଇଥିଲେ। ପାଚେରୀ ସେମାନେ ଭାଙ୍ଗିନାହାନ୍ତି। କୁଆଡ଼େ ନିଜ ଜାଗାରେ ପାଚେରୀ କରିବାକୁ ପଠାଇଥିବା ତାଙ୍କର କଣ୍ଟ୍ରାକ୍ଟର ଏହା କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି, ସେ କଣ୍ଟ୍ରାକ୍ଟରଙ୍କୁ ପୁଲିସ ପଚରାଉଚୁରା କରିଛି କି। କାହା ଇଙ୍ଗିତରେ ଭାଙ୍ଗିଲ ଆଉ କେଉଁ ଆଇନ ବଳରେ। ଭରତପୁର ଥାନା କଅଣ ଏମିତି ଭାଙ୍ଗିବାକୁ କହିଥିଲା କି। ଯଦି ପୁଷ୍ପାଞ୍ଜଳିଙ୍କ ବେଆଇନ ନିର୍ମାଣ ବାବଦରେ ଥାନାରେ ଆଗରୁ ଜଣାଇଥିଲେ, ଥାନା କଅଣ ପଦକ୍ଷେପ ନେଇଥିଲା।

କୌଣସି ବ୍ୟକ୍ତିଗତ କଥା ଏଠି ପଡ଼ିନି। ଏଭଳି ଖବର ପ୍ରସାରଣ ପଛରେ କୌଣସି ସାମୂହିକ ସ୍ୱାର୍ଥ ବି ହାସଲ ହେଉନି। କିନ୍ତୁ ଭାତ ହାଣ୍ଡିରୁ ଗୋଟିଏ ଚିପୁଡ଼ିଲା ଭଳି ଆମେ କେବଳ ଦେଖାଇବାକୁ ଚାହୁଁଛୁ, ଭୁବନେଶ୍ୱରରେ ଜାଗା ପାଇଁ ଆସକ୍ତି ଓ ଏହାକୁ ନେଇ ବିପତ୍ତି। ବାସ୍ତବରେ ଆଇନ ବାଟରେ କିଏ ଥିଲା। ନା ଉଭୟ ହିଁ ନ ଥିଲେ। ନା ଥାନାରୁ ଉଚିତ ସମୟରେ ସହଯୋଗ ପାଇନଥିଲେ ନା ଥାନାକୁ ଅଣଦେଖା କରି ନିଜ ଜିଦ୍‌ରେ କିଏ ବଳୀୟାନ ବୋଲି ଦେଖାଇବାକୁ ଚାହୁଁଥିଲେ।

 ଜ୍ୟୋତିମଞ୍ଜରୀ ସାହୁଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *