ଓଡ଼ିଶାରାଜନୀତି

ହକି ଉଦଘାଟନୀ ପରେ ରାଜନୀତି ଜୋର

() ବୁଧବାର ସରିଛି ହକି ବିଶ୍ୱକପର ଉଦଘାଟନୀ ଉତ୍ସବ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକ ମତୁଆଲା ହୋଇଥିବା ବେଳେ ରାଜନୀତି ମଧ୍ୟ ବଢିଛି । ଖେଳ ଓ ଖେଳାଳୀଙ୍କ ବଦଳରେ ଦଳର ଅଧିକ ପ୍ରଚାର କରାଯାଉଥିବା ଅଭିଯୋଗ ଆଣି ବର୍ଷିଛନ୍ତି ବିରୋଧି । ଯାହାର ଜବାବ ରଖିଛି ଶାସକ ଦଳ ।

ସରିଲା ହକି ବିଶ୍ୱକପ ଉଦଘାଟନୀ ଉତ୍ସବ । ଖେଳ କମ ଦଳୀୟ ପ୍ରଚାର ବେଶି କହିଲା ବିଜେପି । ଓଡିଶାର କଳା ଭାସ୍କର୍ଯ୍ୟକୁ ଅଣଦେଖା କରାଯାଇଥିବା ଅଭିଯୋଗ କଲା କଂଗ୍ରେସ । ବିଜେଡି ରଖିଲା କଡା ଜବାବ । ବୁଧବାର ପୁରୁଷ ହକି ବିଶ୍ୱକପ ଉଦଘାଟିତ ହୋଇଛି । ରାଜ୍ୟର କଳାକାରଙ୍କ ସମେତ ନାମିଦାମୀ ବଲିଉଡ କଳାକାରଙ୍କ ନାଚଗିତରେ ଦୁଲୁକିଥିଲା ମଞ୍ଚ । ଯେଉଁଥିରେ ଦର୍ଶକଙ୍କର ଭରପୁର ମନୋରଞ୍ଜନ ହୋଇଥିଲା ।  ତେବେ ଏହି ଅବସରରେ ବିଜୁ ପଟ୍ଟନାୟକଙ୍କ ଉପରେ ପ୍ରଦର୍ଶିତ ହୋଇଥିଲା ଭିଡିଓ । “ବନ୍ଦେ ଉତ୍କଳ ଜନନୀ” ରାଜ୍ୟ ସଂଗୀତରେ ବିଜୁ ପଟ୍ଟନାୟକଙ୍କ ଭିଡିଓ ପ୍ରଦର୍ଶିତ କରାଯାଇଥିଲା । ଯେଉଁଠି ଖେଳ ଖେଳାଳୀଙ୍କ କଥା କହିବା କଥା ସେଠି ଦଳୀୟ ପ୍ରଚାର କରାଯାଉଥିବା କହିଛି ବିଜେପି । ଏପଟେ କଂଗ୍ରେସ ମଧ୍ୟ ଅଭିଯୋଗର ଲମ୍ୱା ତାଲିକା ଦେଇଛି । ବିଶେଷ କରି ଓଡ଼ିଶା ସାହିତ୍ୟ ସଂସ୍କୃତି ବଦଳରେ ବାହାର କଳାକାରଙ୍କ ନାଚ ଗୀତକୁ ଗୁରୁତ୍ୱ ଦିଆଯାଇଥିଲା । ବିଦେଶରୁ ଆସିଥିବା ଖେଳାଳି  ଓଡିଆଙ୍କ ବାବଦରେ କଣ ଅନୁଭୁତି ନେବେ ବୋଲି କଂଗ୍ରେସ କହିଛି ବାଇଟ-ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ସାଧାରଣ ସଂପାଦକ

ସେପଟେ ବିରୋଧିଙ୍କ ପ୍ରଶ୍ନର କଡା ଜାବାବ ରଖିଛି ଶାସକ ଦଳ । ସାର ବିଶ୍ୱର ନଜର ଏବେ ଓଡ଼ିଶା ଉପରେ । ହକି ବିଶ୍ୱକପକୁ ଭବ୍ୟ କରିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ସବୁ ସ୍ତରରେ ପ୍ରଶଂସା କରାଯାଉଛି । ଏମିତି କି ସବୁ ପଞ୍ଚାୟତର ଲୋକ ମଧ୍ୟ ଏହି ଉତ୍ସବକୁ ଦେଖିବାକୁ ବ୍ୟବସ୍ଥା କରାଗଲା । ଅଭିଯୋଗ କରିବା ବିରୋଧିଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି ବୋଲି ଦଳ କହିଛି ।

ଗୋଟିଏ ପଟେ ସାରା ରାଜ୍ୟରେ ହକି ଫିଭର ବଢିଛି । ଅନ୍ୟପଟେ ଆୟୋଜନରେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଉଠାଇ ଚାଲିଛନ୍ତି ବିରୋଧି । ଖେଳ ଆଳରେ ରାଜନୀତିର ଏ ଖେଳ କାହାକୁ ଲାଭ ଦେବ କାହାକୁ କ୍ଷତି ତାର ହିସାବକିତାବ ଆରମ୍ଭ ହୋଇଛି ।

ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button