କୋଶଳୀ ଭାଷାରେ ଧନୁଯାତ୍ରା ମହୋତ୍ସବ

() ସ୍ଥାନୀୟ ଅଚଂଳର ଲୋକକଳା, ଲୋକ ସଂସ୍କୃତି ଏବଂ ଲୋକପରମ୍ପରା ତାସହ କୋଶଳୀ ଭାଷାର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ନୂଆପଡା ଜିଲ୍ଲା ସଦରମହକୁମା ସ୍ଥିତ ସାଂସ୍କୃତିକ ରଗଂମଚଂ ପଡିଆଠାରେ କୋଶଳୀ ଭାଷା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛେ କୋଶଳୀ ଭାଷାରେ ଧନୁଯାତ୍ରା ମହୋତ୍ସବ । ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ପ୍ରଭାବିତ ହୋଇଥିବା ଚଳିତ ବର୍ଷ ୮ମ ବର୍ଷରେ ପଦାର୍ପଣ କରିଛି । ଯାହା କୋଶଳୀ ଭାଷା ଆନ୍ଦୋଳନର  ମାଧ୍ୟମ ପାଲଟିଛି ।

ଭାରତବର୍ଷରେ କୋଶଳୀଭାଷା ଏକ ପ୍ରାଚୀନ ଏବଂ ସର୍ବପୁରାତନ ଭାଷା । ଏହି ଭାଷା କହିବାକୁ  ଯେତିକି ମିଠା ଶୁଣିବାକୁ  ମଧ୍ୟ ସେତିକି ମିଠା । କୋଶଳୀ ଭାଷାର ଲୋକ କଳା, ଲୋକ ସାହିତ୍ୟ, ଲୋକ ପରମ୍ପରା ସବୁଥିରେ ସାହିତ୍ୟ ଜଡିତ । ତେବେ ପ୍ରଶାସନିକ ଅବହେଳା ଯୋଗୁଁ ସମ୍ଵିଧାନର ଅଷ୍ଟମ ଅନୁଛ୍ଥେଦରେ ଏହାକୁ  ମାନ୍ୟତା ମିଳି ପାରିନାହିଁ । ତେବେ ଏହାକୁ ଦୃଷ୍ଟିରେ ରଖି କୋଶଳୀ ଭାଷାର ପ୍ରଚାର ପ୍ରସାର ସହ ସ୍ଥାନୀୟ ଅଚଂଳର ପ୍ରତିଭାକୁ ଲୋକଲୋଚନକୁ ଆଣିବାର ପ୍ରୟାସ କରିବା ପାଇଁ ନୂଆପଡା ଜିଲ୍ଲା ସଦରମହକୁମା ସାଂସ୍କୃତିକ ରଗଂମଚଂ ପଡିଆ ଠାରେ କୋଶଳ ଭାଷା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ କୋଶଳୀ ଭାଷା ରେ ଅନୁଷ୍ଠିତ ହୋଇଯାଇଛି।

ଗତ ୭ ଦିନ ହେଲା ସାଂସ୍କୃତିକ ରଗଂମଚଂ ମହାରାଜା କଂସଙ୍କ ଦରବାର ପାଲଟିଥିବା ବେଳେ ସହରର ତେଳିପଡା ପାଲଟିଛି ଗୋପପୁର । କୋଶଳୀ ଭାଷାରେ କୋମନା ବ୍ଲକ ସଲଗିଂପଡା  ଗାଁ ର ମଧୁସୁଦନ ପାଣିଗ୍ରାହୀ କଂସ ଭୂମିକା ରେ ଆକର୍ଷଣୀୟ ଅଭିନୟ କରି କଂସ ଦରବାର ରେ ରାଜୁତି କରିଥିବା ବେଳେ ତାକଂ ଅନ୍ୟସାଥି ମାନେ ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି । ସମଗ୍ର ଓଡିଶାର କେବଳ ନୂଆପଡା ସହର ରେ କୋଶଳୀ ଭାଷା ରେ ଧନୁଯାତ୍ରା ପାଳନ ହେଉଥିବାରୁ ଏହାକୁ ଉପଭୋଗ କରିବା ପାଇଁ ନୂଆପଡା ଜିଲ୍ଲା ସମେତ ପଡୋଶୀ ବରଗଡ ଏବଂ ପଡୋଶୀ ଛତିଶଗଡର ବିଭିନ୍ନ ଅଚଂଳ ରୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ହେଉଥିବା ଦେଖିବାକୁ ମିଲିଛି । କେବଳ କଂସ ମହାରାଜାଙ୍କ ରାଜୁତି ନୁହଁ ରସରକେଲି, ଡାଳଖାଇ, ମାଇଲଜଡ ଆଦି ନୃତ୍ୟୁ ରେ ଦୁଲକୁଛି ରଗଂମଚଂ । ଏଥିସହ ଧନୁଯାତ୍ରା କୁ ଆକର୍ଷଣୀୟ କରିବା ପାଇଁ ମୀନାବଜାର ର ବ୍ୟବସ୍ଥା କରାଯାଇଛି

ଉଦଯାପନୀ ଉତ୍ସବରେ ଅନୁଷ୍ଠିତ  ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଯୋଜନା ଓ ସଂଯୋଜନା ମନ୍ରୀ ରାଜେନ୍ଦ୍ର ଡୋଲକିଆ । କୋଶଳୀ ଭାଷା ଧନୁଯାତ୍ରାକୁ ପ୍ରଶଂସା କରିବା ଏହା କୋଶଳୀ ଭାଷା ଆନ୍ଦୋଳନକୁ ଜୋରଦାର କରିବା ରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ ।

ସମ୍ଵିଧାନର ଅଷ୍ଟମ ଅନୁଚ୍ଚ୍ଥେଦରେ କୋଶଳୀ ଭାଷା କୁ ସ୍ଵତନ୍ର ଭାଷା ର ମାନ୍ୟତା ପାଇଁ ଧନୁଯାତ୍ରା ମହୋସ୍ସବ ଏକ ନିଆରା ପ୍ରାୟସ କହିଲେ ଅତ୍ୟୁକ୍ତି ହେବ ନାହିଁ । ବିମଳ ସିଂ ଦଳପତିଙ୍କ ରିପୋ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *