ବିବିସି ଡକ୍ୟୁମେଣ୍ଟାରୀ: ହିନ୍ଦୁ ସେନା ଯାଚିକା ଖାରଜ

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ଉପରେ ପର୍ଯ୍ୟବେସିତ ବିବିସି ଡକୁମେଣ୍ଟାରୀ ସମ୍ବନ୍ଧିତ ଯାଚିକା ସୁପ୍ରିମକୋର୍ଟରେ ଖାରଜ। ହିନ୍ଦୁ ସେନା ପକ୍ଷରୁ ବିବିସି କାର୍ଯ୍ୟ ଉପରେ ରୋକ ଲଗାଇବାକୁ ଦାୟର ଯାଚିକାକୁ ଗୁରୁତ୍ବହୀନ କହି ଖାରଜ କରିଛନ୍ତି କୋର୍ଟ। ଜଷ୍ଟିସ ସଞ୍ଜିବ ଖନ୍ନା ଓ ଜଷ୍ଟିସ ଏମଏମ ସୁନ୍ଦେରେଶଙ୍କ ଖଣ୍ଡପୀଠ ଆମେ ଏପରି ଆଦେଶ କେମିତି ଦେଇ ପାରିବୁ ବୋଲି ପ୍ରଶ୍ନ କରିଛନ୍ତି । ସେପଟେ ହିନ୍ଦୁ ସେନା ପକ୍ଷରୁ ଓକିଲ ପିଙ୍କି ଆନନ୍ଦ କହିଛନ୍ତି କି, ବିବିସି ସମ୍ପୂର୍ଣ୍ଣ ରୂପେ ଭାରତ ବିରୋଧୀ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଏକ ଅଭିଯାନ ଚଲାଇଛି। ଏହାକୁ ବ୍ୟାନ କରିବାକୁ କୋର୍ଟଙ୍କ ନିକଟରେ ରହିଛି ଅଧିକାର।

ଭାରତରେ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ ବା ବିବିସିର କାର୍ଯ୍ୟ ଉପରେ ରୋକ ଲଗାଇବାକୁ ଓ ବିବିସିକୁ ଭାରତରେ ବ୍ୟାନ କରିବାକୁ ହିନ୍ଦୁ ସେନା ପକ୍ଷରୁ ଦାବି ହୋଇଥିଲା। ହିନ୍ଦୁ ସେନାର ଯାଚିକାରେ କୁହାଯାଇଥିଲା କି, ବିବିସି ଦ୍ବାରା ଭାରତର ଏକତା ଓ ଅଖଣ୍ଡତାକୁ ନଷ୍ଟ କରିବାକୁ ଷଡଯନ୍ତ୍ର ହୋଇଛି। ଏହାର ଯାଞ୍ଚ ଏନଆଇଏ ଦ୍ବାରା କରାଯିବା ଆବଶ୍ୟକ ଓ ବିବିସି ଉପରେ ପ୍ରତିବନ୍ଧକ ଲଗାଯିବା ଦରକାର।

କିନ୍ତୁ ଏହା ପୂର୍ବରୁ ଫେବୃଆରୀ ୩ରେ ସୁପ୍ରିମକୋର୍ଟ ୨୦୦୨ରେ ଗୁଜରାଟ ଦଙ୍ଗା ସମ୍ବିଧାନ ବିବିସି ଡକୁମେଣ୍ଟାରୀକୁ ସେନ୍ସର କରିବା ଉପରେ ରୋକ ଲଗାଇବାକୁ କେନ୍ଦ୍ର ସରକାରକୁ ନିର୍ଦ୍ଦେଶ ଦେବାକୁ ହୋଇଥିବା ଯାଚିକା ଉପରେ କେନ୍ଦ୍ରକୁ ନୋଟିସ ଜାରି କରାଯାଇଥିଲା। ସୁପ୍ରିମକୋର୍ଟ ଏହା ଉପରେ ତିନି ସପ୍ତାହ ଭିତରେ ଜବାବ ରଖିବାକୁ ଦେଇଥିଲେ ନିର୍ଦ୍ଦେଶ।

ଏହି ମାମଲାର ଶୁଣାଣି ଏପ୍ରିଲ ମାସରେ ହେବ। ବରିଷ୍ଠ ସାମ୍ବାଦିକ ଏନ ରାମ, ଟିଏମସି ସାଂସଦ ମହୁଆ ମୈତ୍ରା, ଓକିଲ ପ୍ରଶାନ୍ତ ଭୂଷଣଙ୍କ ତରଫରୁ ବରିଷ୍ଠ ଓକିଲ ସିୟୁ ସିଂହ ସୁପ୍ରିମକୋର୍ଟଙ୍କୁ କହିଥିଲେ କି, ଏହା ଏମିତି ଏକ ମାମଲା, ଯେଉଁଠି ସାର୍ବଜନୀନ ଡୋମେନରେ ଆଦେଶ ନ ଦେଇ ଜରୁରୀ କ୍ଷମତାର ଉପଯୋଗ କରାଯାଇଛି। ଡକ୍ୟୁମେଣ୍ଟାରୀର ଲିଙ୍କ ସେୟାର କରାଯାଉଥିବା ଟ୍ବିଟକୁ ବ୍ଲକ କରିଦିଆଯାଇଛି। ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି କି, ଆମେ ସରକାରକୁ ଏଥିସମ୍ବନ୍ଧିତ ଆଦେଶର ଫାଇଲ ମାଗିଛୁ ଓ ଏହାର ଯାଞ୍ଚ କରିବୁ।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *