ବିଧାନସଭା ସମ୍ମୁଖରେ ରଣହୁଂକାର

() ବିଧାନସଭା ଆଗରେ ଗର୍ଜୁଛନ୍ତି ବିଭିନ୍ନ ସଂଗଠନ। କାରଣ ଆସନ୍ତାକାଲିଠୁ ଅଧିବେଶନ। ସେଥିଲାଗି ହକ୍ ଲାଗି ଲୋୟର ପିଏମଜି ଆଗରେ ଅନେକ ସଂଗଠନ ଅଡ଼ି ବସିଲେଣି। ଏଭଳି ସ୍ଥିତିରେ ଆଜି ରୋଚକ ଦୃଶ୍ୟ ବି ଦେଖିବାକୁ ମିଳିଥିଲା। ସବୁଠୁ ବଡ଼ ସଂଗଠନ ଭାବେ ବିଜେଡି ସମର୍ଥନରେ ଜିପିଏଲଏଫର ପ୍ରାୟ ୩୦ହଜାର ମିଶନ ଶକ୍ତି ମହିଳା ଧାରଣା ଦେଇଥିଲେ। ସେପଟେ ୬୬୨ ବର୍ଗ କଲେଜ ଶିକ୍ଷକ ସଂଘର ଧାରଣା ସହ ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ ଗାନ୍ଧୀ ମାର୍ଗକୁ କମ୍ପାଇଥିଲା।

ସ୍ଥାୟୀ ନିଯୁକ୍ତି ସହ ଦରମାରେ ଅସଙ୍ଗତି ଦୂର ଭଳି ଅନେକ ଦାବିକୁ ନେଇ ଅଧ୍ୟାପକଙ୍କଠୁ ନେଇ ଡାକ୍ତରଙ୍କ ଯାଏ। ସମସ୍ତେ ଗାନ୍ଧୀମାର୍ଗରେ ଗର୍ଜନ କରିଛନ୍ତି ସରକାରଙ୍କ ବିରୁଦ୍ଧରେ। ଆଗରୁ ଅହୋରାତ୍ର ଧାରଣାରେ ବସି ଆସିଥିବା ୬୬୨ ବର୍ଗ କଲେଜ ଶିକ୍ଷକ ସଂଘର ଦାବି ପୂରଣ ନ ହେବାରୁ ପୁନର୍ବାର ପୁଣି ଆଜି ଏକାଠି ହୋଇଥିଲା ସଂଘ। ସମାନ  କାମକୁ  ସମାନ  ଦରମା ସହ  4 ଦଫା  ଦାବି ପୂରଣ ଦାବିରେ ଗର୍ଜନ କରିଛନ୍ତି ଅଧ୍ୟାପକ। ଏଥର ସରକାର ନ ଶୁଣିଲେ, ଆଗକୁ ପରୀକ୍ଷା ସହ ମୂଲ୍ୟାୟନ ପ୍ରକ୍ରିୟାକୁ ବର୍ଜନ କରିବେ ବୋଲି ଚେତାଇଦେଇଛନ୍ତି। ସେଭଳି ଆରବିଏସକେ ଆୟୁଷ ଡାକ୍ତର ଦୀର୍ଘ ୯ ବର୍ଷରୁ ଅଧିକ ଦିନ ଧରି ଚୁକ୍ତିଭିତ୍ତିକ ସ୍ୱଳ୍ପ ଦରମାରେ ଥିଲେ ବି କାର୍ଯ୍ୟରତ ୧୨୭୨ ଜଣଙ୍କୁ ସ୍ଥାୟୀ ବାବଦରେ କୌଣସି ସନ୍ତୋଷଜନକ ଉତ୍ତର ମିଳୁନଥିବା ପ୍ରତିବାଦରେ ଗର୍ଜିଛନ୍ତି। ଆଗକୁ କର୍ମକ୍ଷେତ୍ରରେ ଅସହଯୋଗ କରିବାକୁ ଚେତାବନୀ ଦେଇଛନ୍ତି।

ଏ ସବୁ ସଂଘ ତ ସରକାରଙ୍କ ବିରୁଦ୍ଧରେ ଗର୍ଜୁଥିଲେ। ସେପଟେ କିନ୍ତୁ ଲୋୟର ପିଏମଜିରେ ଶାସକ ଦଳର ସମର୍ଥନରେ ପ୍ରାୟ ୩୦ ହଜାର ଜିପିଏଲଏଫର ମିଶନ ଶକ୍ତି କର୍ମୀ ୧୦ ଦଫା ଦାବି ନେଇ ଏକାଠି ହୋଇଥିଲେ। ମିଶନ ଶକ୍ତି ଓ ଓଡ଼ିଶା ଜୀବୀକା ମିଶନ କାର୍ଯ୍ୟକ୍ରମରେ ସଫଳତା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦୃଷ୍ଟାନ୍ତ ପାଲଟିଥିଲେ ମଧ୍ୟ କିଛି ନ୍ୟାୟ ସଙ୍ଗତ ଦାବି ଗୁଡିକ ପୂରଣ ହୋଇପାରିନି । ଏଥିଲାଗି ଆନ୍ଦୋଳନକାରୀ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଆଉ ଆନ୍ଦୋଳନକୁ ଲିଡ୍ କରୁଥିବା କଟକ ମେୟର ସୁବାଷ ସିଂ ଏହାକୁ ଭିନ୍ନ ଦୃଷ୍ଟିରେ ଅବତାରଣା କରି ସିଧା କେନ୍ଦ୍ର ଉପରେ ସବୁତକ ଦୋଷ ଥୋପିଦେଇଥିଲେ।

ମଙ୍ଗଳବାର ବିଧାନସଭା ଅଧିବେସନ  l ଏହା ପୂର୍ବରୁ ନିଜ ନିଜର ଦାବି ଏବଂ ଦୁଃଖ ନେଇ ବିଧାନସଭା ଆଗରେ ଆନ୍ଦୋଳନରତ ଅନେକ ସଂଗଠନ।

ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *