BBSR_MURDER_PKG

()ରାଜଧାନୀରେ ନବବଧୂ କୁ ହତ୍ୟା ଅଭିଯୋଗ l ଯୌତୁକ ପାଇଁ  ସୈତାନ ସାଜିଲା ସ୍ୱାମୀ l 5ଲକ୍ଷ ଟଙ୍କା ଯୌତୁକ ନ ଆଣିବାରୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକେ l ମୃତକ ଜଣକ ହେଲେ ଜଗସିଂହପୁର ଢ଼ିଅସାହି ଅଞ୍ଚଳର ଲକ୍ଷ୍ମୀପ୍ରୟା ମହାନ୍ତି l ସ୍ୱାମୀ ଓ ପରିବାର ଲୋକ ଫେରାର ଥିବା ବେଳେ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ l

ଯୌତୁକ ନିଆଁରେ ବଳି  ପଡିଲେ  ନବବଧୂ! ୫ଲକ୍ଷ ଟଙ୍କା ଏବଂ ସୁନା ଚେନ ପାଇଁ ହତ୍ୟା ଅଭିଯୋଗ  ଆଣିଲେ ପରିବାର ଲୋକ l ସ୍ୱାମୀ ଓ ପରିବାର ଲୋକ ଫେରାର ଥିବା ବେଳେ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ l ଗତ ଅଢେଇ ବର୍ଷ ତଳେ ଜଗସିଂହପୁର ଢ଼ିଅସାହି ଅଞ୍ଚଳର ଲକ୍ଷ୍ମୀପ୍ରିୟା ମହାନ୍ତି ମଞ୍ଚେଶ୍ୱର ଜରିପାଟଣା ଗାଁ ପ୍ରଭାତ ପରିଡ଼ାଙ୍କୁ ବିବାହ କରିଥିଲେ l ହେଲେ ବିବାହ ପରେ ପ୍ରଭାତ ଆରମ୍ଭ କରିଦେଇଥିଲେ ଅତ୍ୟାଚାର l ବିବାହ ବେଳେ 2 ଲକ୍ଷ ଟଙ୍କା ଆଣିଥିଲେ ମଧ୍ୟ ପୁଣି 5 ଲକ୍ଷ ଟଙ୍କା ଏବଂ ସୁନା ଚେନ ଆଣିବା ପାଇଁ ଲକ୍ଷ୍ମୀପ୍ରୟା ଙ୍କୁ ବାଧ୍ୟ୍ୟ କରୁଥିଲେ ଶାଶୁଘର ଲୋକ l ଏମିତି କି ବିଭିନ୍ନ ସମୟରେ ମାଡ ମାରି ବାପା ଘରକୁ ପଠେଇଦେଉଥିଲେ l ସୁନାଚେନ ନ ଆଣିଲେ  ତଣ୍ଟି ଚିପି  ମାରିଦେବାର  ଧମକ  ମଧ୍ୟ  ଦେଇଥିଲେ ସ୍ୱାମୀ ପ୍ରଭାତ l ତେବେ ବୁଧବାର ବିଳମ୍ବିତ ରାତିରେ ଲକ୍ଷ୍ମୀପ୍ରିୟାଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ଥିବା କଥା ଲକ୍ଷ୍ମୀପ୍ରିୟାଙ୍କ ଭାଇକୁ ଜଣାଇଥିଲେ ସ୍ୱାମୀ ପ୍ରଭାତ l ଖବର  ପାଇ ଆସି  ପହଁଚିଲା  ପରେ ଘର  ଆଗରେ ଝିଅର  ମୃତଦେହ  ଦେଖିବାକୁ  ପାଇଥିବା ବେଳେ ଫେରାର ଥିଲେ ଶାଶୁଘର ଲୋକ l

ଘଟଣା ସ୍ଥଳରେ ଏସିପିଙ୍କ ନେତୃତ୍ୱରେ ସାଇଣ୍ଟିଫିକ ଟିମ ଓ ମଞ୍ଚେଶ୍ୱର ଥାନା ପୋଲିସ ପହଁଚି ଆରମ୍ଭ କରିଥିଲେ ତଦନ୍ତ l ମୃତଦେହ ଜବତ କରିବା ସହ ଘରର  ସମସ୍ତ ଜିଣିଷର ଟିକନିକ ପରୀକ୍ଷା କରିଛି ସାଇଣ୍ଟିଫିକ ଟିମ l ପରେ  ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ସ୍ୱାମୀ ପ୍ରଭାତ ଓ ପରିବାର ଲୋକ ବର୍ତ୍ତମାନ ଫେରାର ଥିବାରୁ ଖୁବ ଶୀଘ୍ର ତାଙ୍କୁ ଗିରଫ କରାଗଲା ପରେ  ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ପଛର ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ଏସିପି।

ଲକ୍ଷ୍ମୀପ୍ରୟା ମହାନ୍ତିଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା? ଯଦି ହତ୍ୟା ତେବେ କେମିତି, କଣ ପାଇଁ କିଏ କଲା ହତ୍ୟା? ଆଉ ଯଦି ଆତ୍ମହତ୍ୟା ତେବେ ବିବାହର ଅଢେଇ  ବର୍ଷ ପରେ କଣ ପାଇଁ ନିଷ୍ପତି ନେଲେ ନବ ବଧୂ ଜଣକ? ଯାହା ତଦନ୍ତ ପରେ ସ୍ପଷ୍ଠ ହେବ।

ସ୍ୱରୂପା ମହାପାତ୍ର ଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *