ପୁରୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ପୁରୀ: ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି  ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାପରେ ସେଠାରୁ ସିଧାସଳଖ ସ୍ୱତନ୍ତ୍ର କାରଗେଡ ସାହାଯ୍ୟରେ ପୁରୀ ଆସି ନିର୍ମାଣ ନିବାସ ରେ ରହିବେ । ଏଥିନିମନ୍ତେ ନିର୍ମାଣ ନିବାସରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ଆଜି ଏବଂ ଆସନ୍ତାକାଲି ପୁରୀ ନିର୍ମାଣ ନିବାସରେ ଅବସ୍ଥାନ କରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ତିନି ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପିଙ୍କ ସହ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଆସନ୍ତାକାଲି ଅପରାହ୍ନରେ ଶ୍ରୀମନ୍ଦିର ଦର୍ଶନର କାର୍ଯ୍ୟକ୍ରମ ରହିଛି। ପ୍ରାୟ ତିନି ଘଣ୍ଟା ସେ ଶ୍ରୀମନ୍ଦିର ଭିତରେ ଅତିବାହିତ କରିବାର କାର୍ଯ୍ୟକ୍ରମ ରହିଛି। ୨୩ ତାରିଖରେ ଭୁବନେଶ୍ଵର ପ୍ରତ୍ୟାବର୍ତ୍ତନ କରିବେ। ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ଥିବାରୁ ଶ୍ରୀମତୀ ବାନାର୍ଜୀ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଫେରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏକ ବୈଠକରେ ଯୋଗଦେଇ ସମ୍ଭବତଃ ତୃତୀୟ ମେଣ୍ଟ ବାବଦରେ ଆଲୋଚନା କରିପାରନ୍ତି ।

ପୁରୀରେ ହେବ ବଙ୍ଗାଳି ପର୍ଯ୍ୟଟକଙ୍କ ବିଶାଳ ଅତିଥି ଭବନ। ଏନେଇ ଓଡ଼ିଶା ସରକାର ବଳିଆପଣ୍ଡା ନିକଟରେ ଜମି ଯୋଗାଇ ଦେଇଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏହି ଭବନ ନିର୍ମିତ ହେବ। ଆସନ୍ତା ୨୨ ତାରିଖରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆସୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଅତିଥି ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବାନାର୍ଜୀଙ୍କ ପୁରୀ ଗସ୍ତ ପ୍ରସଙ୍ଗକୁ ନେଇ ଏଭଳି ସୂଚନା ଦେଇଛନ୍ତି ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ।  

ମମତାଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଶିବପ୍ରସାଦ ଦାସଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *