ଅଦରକାରୀ ସାମଗ୍ରୀର ଘର ସଜା ଜିନିଷ

() ଖୋର୍ଦ୍ଧା ଜାଙ୍କିଆ ପଞ୍ଚାୟତ ବାଲିଗାଡିଆ ମହିଳା ବିଭିନ୍ନ ଅଦରକାରୀ ଜିନିଷରୁ ତିଆରି କରିଛନ୍ତି ଘରସଜା ସାମଗ୍ରୀ । ବିଶେଷ କରି ଧାନରେ ପ୍ରସ୍ତୁତ କରୁଛନ୍ତି ଅନେକ ଠାକୁରଙ୍କ ପ୍ରତିମୂର୍ତ୍ତି । ସେହିପରି ଅଦରକାରୀ ବୋତଲରେ ପ୍ରସ୍ତୁତ କରୁଛନ୍ତି ମନଲୋଭା ଜିନିଷ । ନିଜେ ସ୍ୱାବଲମ୍ୱି ହେବା ସହ ଗ୍ରାମର ଅନ୍ୟ ମହିଳାଙ୍କୁ  ସ୍ୱାବଲମ୍ୱି କରିବାକୁ ସେ ଉଦ୍ୟମ କରୁଛନ୍ତି । ଅ।ଗକୁ ଜାତୀୟ ତଥା ଅନ୍ତଜାତୀୟ ସ୍ତରରେ ଏହି କଳାକୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ବାଲିଗାଡିଆର ଅନିମା ସାମନ୍ତରାୟ ।

ବାଲିଗାଡିଅ।ର ଅନିମା ସାମନ୍ତରାୟ କାହାରିଠାରୁ ପ୍ରଶିକ୍ଷଣ ନେଇ ନଥିବା ବେଳେ ନିଜସ୍ୱ ଉଦ୍ୟମରେ ପାଇଛନ୍ତି ଏହି ସଫଳତା । ପିଲାଟି ଦିନରୁ ରୁଚି ରଖିଥିବା ନିଜର ଏହି କଳାକୁ ନେଇଁ ସେ ଏବେ ବେସ୍‌ ପ୍ରସିଦ୍ଧ । ସରକାରଙ୍କ ବିଭିନ୍ନ ସ୍ଥାନରେ ପଡୁଥିବା ପ୍ରଦର୍ଶନ ନିଜର ଜିନିଷ ବିକ୍ରି କରି ବସ୍‌ ଭଲ ରୋଜଗାର କରୁଛନ୍ତି । ନିଜେ ସ୍ୱାବାଲାମ୍ୱି ହେବା ସହିତ ଗ୍ରାମର ଅନ୍ୟ ମହିଳାଙ୍କୁ ସ୍ୱାବାଲାମ୍ୱି କରିବାକୁ ସେ ପ୍ରୟାସ କରୁଛନ୍ତି । ଅ।ଗକୁ ଜାତୀୟ ତଥା ଅନ୍ତଜାତୀୟ ସ୍ତରରେ ଏହି କଳାକୁ ହଞ୍ଚାଇବାକୁ ଲକ୍ଷ ରଖିଛନ୍ତି ଅନିମା ।

ଧାନରେ ଶ୍ରୀଜଗନ୍ନାଥ, ମାଦୁର୍ଗା ଏମିତି ଅନେକ କିଛି ଆକର୍ଷଣୀୟ କଳାକୃତୀ ପ୍ରସ୍ତୁତ କରୁଛନ୍ତି ଖୋର୍ଦ୍ଧା ଜଙ୍କିଆ  ପଞ୍ଚାୟତ ବାଲି ଗାଡିଆର ମହିଳା । ଆଉ ଏ ହେଉଛନ୍ତି ବାଲି ଗାଡିଆ ଗ୍ରାମର ଅନିମା ସାମନ୍ତରାୟ । ନିଜେ ଏହି କଳା ପ୍ରତି ପିଲାଟି ଦିନରୁ ରୁଚି ରଖିଥିବା ବେଳେ ଏବେ ତାକୁ ସେ ପେସା କରି ବେସ୍‌ ଭଲ ରୋଜଗାର କରୁଛନ୍ତି । ପ୍ରଥମେ ଅଦରକାରୀ ଜିନିଷକୁ ଫେବିରିକ୍‌ ରଙ୍ଗ ଦିଆଯାଇଥାଏ । ପରେ ସେଥିରେ ଚିତ୍ରକଳା କିମ୍ୱା ଧାନ ଲଗାଇ ତାକୁ ପ୍ରସ୍ତୁତ କରାଯାଇଥାଏ । ଏସବୁ କେବଳ ଏବେ ଘର ଭିତରେ ସିମିତ ହୋଇ ରହିନାହି । ବରଂ ରାଜ୍ୟର ଅନେକ ସ୍ଥାନରେ ଅନିମା ଏହି କଳାକୁ ପହଞ୍ଚାଇ ସାରିଛନ୍ତି । ଭୁବନେଶ୍ୱର ପଦର୍ଶନୀ ପଡିଅ। ଠାରୁ ବିଭିନ୍ନ ପଲ୍ଲି ଓ ଜିଲ୍ଲା ମହୋତ୍ସବରେ ସେ ଏହି ସବୁ ଜିନିଷ ବିକ୍ରି କରି ବେସ୍‌ ଭଲ ରୋଜଗାର କରିଛନ୍ତି ।   ଅ।ଗକୁ ଏହି କଳାକୁ ଜାତୀୟ ସ୍ତରରେ ପହଞ୍ଚାଇବାକୁ ଲକ୍ଷ ରଖିଛନ୍ତି ଅନିମା ।

ଅନିମା ନିଜେ ସ୍ୱାବାଲମ୍ୱୀ ହେବା ସହିତ ଗ୍ରାମର ଅନ୍ୟ ଛଅଜଣ ମହିଳାଙ୍କୁ ନିଜର କଳା ସିଖାଇବା ସହିତ ସେମାନଙ୍କୁ ମଧ୍ୟ ସ୍ୱାବଲମ୍ୱି କରାଇଛନ୍ତି । ଘର କାମ ସାରିବା ପରେ ଯେଉଁ  ଖାଲି ସମୟ ବଳେ ସେହି ସମୟରେ ସେମାନେ ଅନିମାଙ୍କ ଘରକୁ ଅ।ସିବା ସହିତ ତାଙ୍କୁ ସହଯୋଗ କରିଥାନ୍ତି । ଏବେ ସେମାନେ ମଧ୍ୟ ଜଣେ ଜଣେ ଭଲ କାରିଗର । ନିଜର ହାତରେ ଥିବା କାରିଗରୀ ଦକ୍ଷତାକୁ ଏବେ ଲୋକଙ୍କ ଘର ସଜାଇବାରେ ସଫଳ ହୋଇଛନ୍ତି ।

ବାଇଟ୍‌ ତେବେ ଏମାନଙ୍କର ଏହି କଳାକୁ ସରକାର ସହଯୋଗର ହାତ ବଢ଼ାଇଲେ ଏମାନେ ଏହି କଳା ଅନ୍ୟମାନଙ୍କ ପାଖରେ ପହଞ୍ଚାଇ ପାରିବେ ବୋଲି କହିଛନ୍ତି ।

ଖୋର୍ଦ୍ଧାରୁ ପ୍ରକାଶ ହାତୀଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *