ଭାରତକୁ ଆସିପାରେ କରୋନାର ଚତୁର୍ଥ ଲହର

COVID CASESS MOCK DRILLS_PKG

()- ପୁଣିଥରେ ମୁଣ୍ଡ ଟେକିଲାଣି କରୋନା। ଦେଶରେ କରୋନା ସଂକ୍ରମଣ ବେକାବୁ। ପ୍ରତିଦିନ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ଦିନକରେ ୫ ହଜାର ୮୮୦ ନୂଆ ମାମଲା ସାମ୍ନାକୁ ଆସିଛି। ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ନିର୍ଦ୍ଦେଶରେ ସୋମବାରଠାରୁ ସମସ୍ତ ରାଜ୍ୟରେ ଦୁଇ ଦିନିଆ କୋଭିଡ୍ ମକ୍ ଡ୍ରିଲ୍ ଆରମ୍ଭ ହୋଇଛି।

 ଭାରତକୁ ଆସିପାରେ କରୋନାର ଚତୁର୍ଥ ଲହର? ସଂକ୍ରମଣକୁ ନିୟନ୍ତ୍ରଣ କରିବ ପାଇଁ ଭାରତକୁ ଆଗୁଆ ପଦକ୍ଷେପ ନେବାକୁ ପଡିବ ଦୈନିକ ସଂକ୍ରମଣ ବୃଦ୍ଧିକୁ ଆଖିରେ ରଖି ଏଭଳି ସତର୍କବାଣୀ ଶୁଣାଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ। ଭାରତରେ ଲୋକଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି କମିବାରେ ଲାଗିଛି। ତେଣୁ କରୋନାର ଚତୁର୍ଥ ଲହର ଆସିବ ବୋଲି ଆଶଙ୍କା କରାଯାଉଛି। ହେଲେ ଏହି ଲହର ପୂର୍ବ ଭଳି ଘାତକ ହେବ ନାହିଁ କିନ୍ତୁ ମୁକାବିଲା ପାଇଁ ଅତ୍ୟନ୍ତ ସତର୍କତାର ସହ ପଦକ୍ଷେପ ନେବାକୁ ପଡିବ। କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଟିକାକରଣ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେବାକୁ ଭାରତ ସରକାରଙ୍କୁ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଟିକାକରଣ ବୃଦ୍ଧି ଉପରେ ଜୋର ଦେବା ସହ କରୋନା ଲକ୍ଷଣ ଦେଖା ଦେଲେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛି ଡବ୍ଲୁଏଚଓ ସେପଟେ ଗତ ୬ ମାସ ହେଲା ବିଭିନ୍ନ ରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ଦେଖିବାକୁ ମିଳିଛି। କିନ୍ତୁ ଆଶ୍ୱସ୍ତିର କଥା ହେଉଛି ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢି ନାହିଁ। ତେଣୁ ଭାରତରେ ଚତୁର୍ଥ ଲହର ପୂର୍ବ ଭଳି ଘାତକ ହେବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ରଖିଛନ୍ତି। ମାସେ ଭିତରେ କରୋନାର ପିକ୍‌ ଆସିପାରେ ବୋଲି ଚେତାବନୀ ଦେଇଛନ୍ତି ବିଶେଷଜ୍ଞ।

ସେପଟେ ଆଜିଠୁ ସାରା ଦେଶରେ ଦିନିଆ କୋଭିଡ୍ ମକଡ୍ରିଲ୍ ମୁମ୍ବାଇ ସମେତ ୭ ରାଜ୍ୟରେ ବଢୁଛି ସଂକ୍ରମଣ। ମହାମାରୀ ଏବେ ଉପରମୁହାଁ ଥିବା ବେଳେ ତେଣୁ ମୁକାବିଲା ପାଇଁ କେନ୍ଦ୍ର ଆଡଭାଇଜରି ଅନୁସାରେ ରାଜ୍ୟରେ ଆରମ୍ଭ ହେଲାଣି ପ୍ରସ୍ତୁତି। କୋଭିଡ୍ ପ୍ରସ୍ତୁତିର ସମୀକ୍ଷା ପାଇଁ ଆଜି ବିଭିନ୍ନ ମେଡିକାଲରେ ମକଡ୍ରିଲ ହୋଇଛି ସରକାରୀ ମେଡିକାଲ ସହିତ ଘରୋଇ ମେଡିକାଲରେ ମଧ୍ୟ ମକଡ୍ରିଲ କରାଯାଇଛି। ଆସନ୍ତା କାଲି ମଧ୍ୟ ଏହି ମକ୍‌ ଡ୍ରିଲ କରାଯିବ। କୋଭିଡର ମୁକାବିଲା ପାଇଁ କ୍ୟାପିଟାଲଠୁ ଆରମ୍ଭ କରି ଏସସିବି ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତ ହୋଇ ସାରିଲେଣି। ୨୪ ଘଣ୍ଟାରେ ପୁଣି ଲମ୍ୱା ଡିଆଁ ମାରିଛି ମାରାତ୍ମକ ଭୂତାଣୁ। ଦେଶରେ ଦିନକରେ ୫୮୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ୩୫ ହଜାର ପାର୍ କରିଛି। ବିଭିନ୍ନ ହସ୍ପିଟାଲରେ ଜରୁରୀକାଳୀନ ବ୍ୟବସ୍ଥା ଓ କୋଭିଡ୍ ସରଞ୍ଜାମ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ସଂକ୍ରମଣକୁ ରୋକିବାକୁ ହସ୍ପିଟାଲ ମାନଙ୍କରେ ସ୍ୱତନ୍ତ୍ର କୋଭିଡ୍ ୱାର୍ଡ ଖୋଲାଯାଇଛି। ମେଡିକାଲରେ ଅକ୍ସିଜେନ୍ କିଟ୍ ମହଜୁତ୍ ରଖିବାକୁ କୁହାଯାଇଛି ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସମୀକ୍ଷା ବୈଠକରେ ରାଜ୍ୟ ସରକାରମାନଙ୍କୁ ହସ୍ପିଟାଲ ମାନଙ୍କୁ ନିରୀକ୍ଷଣ କରିବାକୁ କୁହାଯାଇଥିଲା। କରୋନାର ଦ୍ରୁତ ସଂକ୍ରମଣ ଦେଖି ଭୟଭୀତ ନହୋଇ ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି।

ଦେଶରେ କେରଳ, ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣାରେ ସର୍ବାଧିକ ମାମଲା ସାମ୍ନାକୁ ଆସିଛି। କେରଳ ମହାରାଷ୍ଟ୍ରରେ ଦିନିକିଆ ସଂକ୍ରମଣ ଏକ ହଜାର ପାର୍ କରିଛି ହେଲେ ଜନସଂଖ୍ୟା ଆଧାରରେ ଭାରତରେ ସଂକ୍ରମଣ ପ୍ରତି ୧୦ଲକ୍ଷରେ ମାତ୍ର ଦୁଇଟି କେସ୍ ରହିଛି। ଏହା ଆମେରିକା ଓ ୟୁରୋପ ତୁଳନାରେ ବହୁତ କମ୍ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ସେପଟେ ଦ୍ରୁତ ସଂକ୍ରମଣକୁ ରୋକିବା ପାଇଁ ୩ଟି ରାଜ୍ୟ କୋଭିଡ୍ କଟକଣାକୁ କଡ଼ାକଡି କରିଛନ୍ତି କେରଳ, ହରିୟାଣା ପୁଡୁଚେରୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି ହରିୟାଣା ସରକାର ସାର୍ବଜନୀକ ସ୍ଥଳରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଗର୍ଭବତୀ, ବୟସ୍କ, ଗୁରୁତର ରୋଗରେ ଆକ୍ରାନ୍ତ ଥିବା ରୋଗୀଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି। ହସ୍ପିଟାଲ, ହୋଟେଲ୍ , ରସ୍ତୈରା, ମଦ ଦୋକାନ, ମନୋରଞ୍ଜନ ସ୍ଥଳ, ସରକାରୀ ଓ ବେସରକାରୀ ସ୍ଥଳର ମାସ୍କକୁ ବାଧ୍ୟତାମୂଳକ କରାଯାଇଛି।

ପ୍ରେମଲତା ବାରିକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *