ଆରମ୍ଭ ହେଲା ମାଛ ଧରିବା କଟକଣା

PDP_FISH RESTRICTION_PKG

()  ଆରମ୍ଭ ହେଲା ମାଛ ଧରିବା କଟକଣା । ସମୁଦ୍ର ଭିତରେ ମାଛ ଧରିବା ମନା  । ଦୁଇମାସ ପାଇଁ ଲାଗୁ ହେଲା କଡା ନିୟମ  । ଯାହାକୁ ନେଇ ଏବେ ଚିନ୍ତାରେ ମାଛ ଧରାଳି ଓ ବୋଟ୍ ମାଲିକ  …। 

ମତ୍ସ୍ୟ ସମ୍ପଦ ର ସୁରକ୍ଷା ଓ ମତ୍ସ୍ୟ ଉତ୍ପାଦନ କୁ ଲକ୍ଷ୍ୟ ରଖି  ୨୦୦୫ ମସିହା ଠାରୁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି କଡା ନିୟମ  । ଏପ୍ରିଲ ୧୫ ତାରିଖ ରୁ ଜୁନ ୧୪ ଦୁଇମାସ ମଧ୍ୟରେ ମାଛ ମାନେ ଅଣ୍ଡାଦାନ କରିବାକୁ ଥିବାବେଳେ ଦୂର ସମୁଦ୍ର ମଧ୍ୟକୁ ୮.୩୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଜନ୍ତ୍ର ଚାଳିତ ଡଙ୍ଗା କିମ୍ବା ଟ୍ରଲର ମାଛ ଧରିବାକୁ ଦୂର ସମୁଦ୍ର ଭିତରେ ପ୍ରବେଶ କରିବେ ନାହିଁ ।  ଯାହାକୁ ନେଇ ଆଜିଠାରୁ ଲାଗୁ ହୋଇଛି ଏହି ନିୟମ…। 

ଉପକୂଳ ରୁ ଦୂର ସମୁଦ୍ର ଭିତରକୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଡଙ୍ଗା ଓ ଟ୍ରଲର ମାଛ ଧରିବା ପାଇଁ ଯାଉଥିବା ବେଳେ ଏହି ସମୟରେ ମାଛ ମାନେ ଅଣ୍ଡା ଦାନ କରିବାକୁ ଆସୁଥିବା ଓ ଯନ୍ତ୍ର ଚାଳିତ ଯୋଗୁଁ ସେମାନେ କ୍ଷତିଗ୍ରସ୍ତ ହେଉଥିବା ନେଇ କରାଯାଇଛି ଏହି ନିୟମ ।  ଏହି ସମୟ ରେ ପ୍ରସାଶନିକ କଟକଣା ମସ୍ଥ୍ୟଜୀବି , ବ୍ୟବସାୟୀ,  ଟ୍ରଲର ଓ ଡଙ୍ଗା ମାଲିକ ମାନଙ୍କୁ ଆର୍ଥିକ କ୍ଷତି ପହଞ୍ଚାଉ ଥିବାରୁ ସେମାନେ ଏବେ ବେଶ୍ ଚିନ୍ତିତ…।

ବାସ୍ତବିକ ପାରାଦୀପରେ ୬୦୦ ରୁ ଉର୍ଦ୍ଧ ଟ୍ରଲର , ୧୦୦୦ ରୁ ଉର୍ଦ୍ଧ ଡଙ୍ଗା ଓ ୪୦୦୦ ରୁ ଉର୍ଦ୍ଧ ମତ୍ସ୍ୟଜୀବୀ ପ୍ରଭାବିତ ହେଉଥିବା ବେଳେ ସେମାନଙ୍କୁ ସରକାର କ୍ଷତି ପୂରଣ କରିବାକୁ ଆର୍ଥିକ ସହାୟତା ପ୍ରଦାନ କରିବାର ଆବଶ୍ୟକତା ରହିଛି …। 

ସୁବ୍ରତ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *