କୁଳପତି ସଞ୍ଜୟ ଶତପଥୀଙ୍କ ପରଲୋକ । ଆଜି ସକାଳେ ମାଆ ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଙ୍କ ର ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହେଇଛି। ଗତ ଅକ୍ଟୋବରରୁ ସେ କର୍କଟ ରୋଗରେ ଆକ୍ରାନ୍ତ ହେଇ ଚିକିତ୍ସିତ ହେଉଥିଲେ। ଜଗନ୍ନାଥ ସଂସ୍କୃତି ର ଜଣେ ପ୍ରବଚକ ଭାବେ ଖ୍ୟାତି ଅର୍ଜନ କରିଥିବା ପ୍ରଫେସର୍ ଶତପଥୀ ପୁରୀ ରୁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥଚକ ଆଣି ବିଶ୍ଵ ବିଦ୍ୟାଳୟ ପରିସରରେ ସ୍ଥାପନ କରି ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲେ। ଏଥିସହିତ ଛାତ୍ରଛାତ୍ରୀ ଙ୍କ ବୌଦ୍ଧିକ ବିକାଶ ପାଇଁ “ଉତିଷ୍ଠତ” ପ୍ରେରଣାଦାୟୀ ବକ୍ତୃତାମାଳା ଶୃଙ୍ଖଳ ଆରମ୍ଭ କରିଥିଲେ। ଏନସିସି ତଥା ବିଭିନ୍ନ ଗବେଷଣାତ୍ମକ କାର୍ଯ୍ୟରେ ସେ ପିଲା ମାନଙ୍କୁ ଉତ୍ସାହିତ କରୁଥିଲେ।
କଟକ ରେଭେନ୍ସା କଲେଜ ରେ ଉଚ୍ଚଶିକ୍ଷା ସମାପ୍ତ ପରେ ୧୯୮୪ ମସିହାରେ କଟକ କଲେଜ୍ ରେ ବାଣିଜ୍ୟ ଅଧ୍ୟାପକ ଭାବେ କାର୍ଯ୍ୟକରିଥିବା ପ୍ରଫେସର ଶତପଥୀ ପରବର୍ତ୍ତୀ ସମୟରେ ରାଉରକେଲା, ଭବାନୀପାଟଣା, ବାଲେଶ୍ଵର, ବାରିପଦା, ଭୁବନେଶ୍ୱର ରମାଦେବୀ ମହିଳା ମହାବିଦ୍ୟାଳୟ ଏବଂ କଟକ ରେଭେନ୍ସା କଲେଜ ରେ ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରି ଅବସର ନେଇଥିଲେ। ଆଜି ତାଙ୍କର ମୃତ୍ୟୁ ଖବର ପାଇବା ପରେ ବିଶ୍ଵ ବିଦ୍ୟାଳୟ ସମେତ ବିଭିନ୍ନ ମହଲରେ ଶୋକ ର ଛାୟା ଖେଳି ଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now