ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଶବ ରଖି କ୍ଷତି ପୂରଣ ଦାବିରେ ଧାରଣା

ବଲାଙ୍ଗିର : ଲୁଥୁରବନ୍ଧ ଗ୍ରାମ ପଂଚାୟତ ଅନ୍ତର୍ଗତ ପୁଡ଼ାପଦର ଗ୍ରାମର କୈଳାଶ ବାଗ ରବିବାର ଦିନ ସିକେର ଗ୍ରାମକୁ ନିଜର ବାଇକ୍ ଯୋଗେ କୀର୍ତନ ନାଚିବାକୁ ଯାଉଥିବା ବେଳେ ତୁଲାଙ୍ଗ ନିକଟରେ ଏକ ପିକ ଅପ୍ ଗାଡ଼ି ସଙ୍ଗେ ଧକ୍କା ହେବା ଯୋଗୁଁ ଗୁରୁତର ଅବସ୍ଥାରେ କୈଳାଶଙ୍କୁ ଟିଟଲାଗଡ ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ପରେ ପରିବାର ତଥା ଗ୍ରାମବାସୀମାନେ କୈଳାଶଙ୍କ ଶବକୁ ଟିଟଲାଗଡ ଥାନା ସମ୍ମୁଖରେ ରଖି କ୍ଷତି ପୂରଣ ଦାବୀରେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଅନ୍ୟପଟେ ଏହି ଖବର ପାଇବା ପରେ ସରକାରଙ୍କ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ସରପଂଚ ସଙ୍ଘ ସଭାପତି ବୀରବର ସାହୁ ଦାବୀ କରିଛନ୍ତି । ଦୁର୍ଘଟଣା ଘଟାଇଥିବା ଗାଡ଼ି ମାଲିକ ଓ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି । ଖବର ପାଇ ଲୁଥୁର୍ ବନ୍ଧ ସରପଂଚ ହରିଶ୍ଚନ୍ଦ୍ର ଯୋଜନାରୁ ତିନି ହଜାର ଟଙ୍କା ସହାୟତା ପ୍ରଦାନ କରିଥିବା ସୂଚନା ମିଳିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *