ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବଳହାନଗା ଠାରେ ହୋଇଥିବା ଟ୍ରେନ ଦୁର୍ଗଟଣାରେ ଶତାଧିକ ଲୋକଙ୍କର ପ୍ରାଣହରାଇବା ଏକ ହୃଦୟ ବିଦାରକ ଘଟଣା ଅଟେ । ଏଥିରେ ହଜାର ହଜାର ଲୋକ ଇତସ୍ତତଃ ହୋଇ ରହିବା ଖାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ହୃଦୟଙ୍ଗମ କରିବା ସହିତ ଖାଦ୍ୟ ପଦାର୍ଥର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସୋର ଶାଖା ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ କରା ଯାଇଛି । ଘଟଣା ସ୍ଥଳ ଓ ମେଡିକାଲରେ କ୍ଷୀର ଓ କଦଳୀ ସହିତ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା । ଏବିଭିପି ସୋର ଶାଖା ପକ୍ଷରୁ ୫୦୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କୁ ରନ୍ଧା ଖାଦ୍ୟ ବଂଟନ କରାଯାଇପାରିଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶାର ପୂର୍ବତନ ରାଜ୍ୟ ସମ୍ପାଦକ ଶଶୀକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଏହି ଖାଦ୍ୟ ବଣ୍ଟନ କରାଯାଇଥିଲା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now