ଗଜିଆବାଦରେ ଭୟାଭୟ ଅଗ୍ନିକାଣ୍ଡ।

ଗଜିଆବାଦରେ ଭୟାଭୟ ଅଗ୍ନିକାଣ୍ଡ । ମସୁରୀ ଥାନା ଅଞ୍ଚଳରେ ଥିବା ଡାସନା ସ୍ଥିତ ଏମଜି ରୋଡ ଉପରେ ଥିବା ଟେକ୍ସଷ୍ଟାଇ ଲ୍ଫ୍ୟାକ୍ଟେରୀରେ ସୋମବାର ସକାଳେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ସୂଚନା ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର ୬ ଟି ଗାଡି ପହଞ୍ଚିଥିଲେ ଏବଂ ନିଆଁକୁ ଆୟତ କରିବା ପାଇଁ ଲାଗି ପଡିଥିଲେ। ଗତ ପାଞ୍ଚ ଘଣ୍ଟା ଧରି ଅଗ୍ନିଶମ ବାହିନୀ ଗୋଷ୍ଠି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲେ।ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିବାବେଳେ ଏହିଦୁର୍ଘଟଣାରେ କୌଣସି ବ୍ୟକ୍ତିଙ୍କର କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

ଗାଜିଆବାଦରେ ରହିଥିବା ଅମିତଙ୍କ ମସୁରୀରେ ଶିବଶଙ୍କର ଟେକ୍ସଷ୍ଟାଇଲ ନାମକ ଏକ ଫ୍ୟାକ୍ଟରୀ ରହିଛି। ସୂଚନା ଅନୁଯାୟୀ, ଫ୍ୟାକ୍ଟରୀର ଟ୍ରାନ୍ସଫର୍ମର ଖରାପଥିବା ଯୋଗୁଁ ରବିବାର ଦିନଠାରୁ ଫ୍ୟାକ୍ଟରୀ କାମ ବନ୍ଦହୋଇ ରହିଥିଲା। ସୋମବାର ସକାଳେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ଏନେଇ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା।

ସିଏଫଓ ସୁନୀଲ କୁମାର କହିଛନ୍ତି ଯେ, ନିଆଁ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି। କିଛି ପରିମାଣରେ ନିଆଁକୁ ଆୟତ୍ତ କରାଯାଇଛି।ଅଗ୍ନିଶମ ବିଭାଗ ପୁରା ଚେଷ୍ଟା ଜାରି ରଖିଛନ୍ତି ନିଆଁକୁ ନିୟନ୍ତ୍ରଣକୁ ଆଣିବା ପାଇଁ। ତେବେ ଅଗ୍ନିକାଣ୍ଡ କେଉଁ କାରଣରୁ ଘଟିଥିଲା ତାହା ଅସ୍ପଷ୍ଟ ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *