କୋହଲିଙ୍କ ବିଦେଶ ଟେଷ୍ଟ ଶତକ ଉପରେ ଚାଲିଥିବା ଆଲୋଚନା ଉପରେ ମୁହଁ ଖୋଲିଲେ ରୋହିତ

ବ୍ରିଜ୍ ଟାଉନ୍ : ବିରାଟ କୋହଲିଙ୍କ ବିଦେଶ ଟେଷ୍ଟ ଶତକ ବିଷୟରେ ଚାଲିଥିବା ଆଲୋଚନା ଉପରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ବାହାରେ ଯାହା କୁହାଯାଉଛି ସେ ସେଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ ।

ଗୁରୁବାର କେନ୍ସିଙ୍ଗଟନ୍ ଓଭାଲରେ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ  ଆରମିଭ ହେବାକୁ ଯାଉଛି । ପାଖାପାଖି ପାଞ୍ଚ ବର୍ଷର ବିଦେଶରେ ଟେଷ୍ଟ ଶତକର ମରୁଡ଼ି ପରେ କୋହଲି ତ୍ରିନିଦାଦରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଏକ ଶତକ ହାସଲ କରିଥିଲେ ।

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ପ୍ରଥମ ଦିନିକିଆ ମ୍ୟାଚ ପୂର୍ବରୁ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରୋହିତ କହିଛନ୍ତି, ” ବାହାରେ ଯାହା କୁହାଯାଉଛି ତାହା ଉପରେ ଆମେ ଅଧିକ ଧ୍ୟାନ ଦେଉନାହୁଁ କାରଣ ସେମାନେ ଜାଣନ୍ତି ନାହିଁ ଯେ, ଆମ ଟିମ୍ ଭିତରେ ଆମେ କଣ ଖଥା ହେଉ  ଏବଂ ଏହାକୁ ଆମେ ଏହି ଭଳି ହିଁ ରଖିବାକୁ ଚାହୁଁ  । ଆମର ଧ୍ୟାନ ହେଉଛି ଦଳର ପ୍ରତ୍ୟେକ ଖେଳାଳିଙ୍କ ମଧ୍ୟରୁ କିପରି ସର୍ବୋତ୍ତମ ପ୍ରଦର୍ଶନ କରାଯାଇପାରିବ ଏବଂ ଦଳକୁ ମ୍ୟାଚ ଏବଂ ସିରିଜ୍ ଜିତିବାରେ କିପରି ସାହାଯ୍ୟ କରିବେ ତାହା ଉପରେ ଆମର ଧ୍ୟାନ । ବର୍ତ୍ତମାନ ଆମର ଧ୍ୟାନ ତିନୋଟି ଦିନିକିଆ ଏବଂ ଆମେ ଖେଳାଳିଙ୍କୁ ସୁଯୋଗ ଦିଆଯିବା ଉପରେ, ତେଣୁ ମୁଁ ନିଜକୁ ଏଥିରେ ଜଡିତ ରଖିବାକୁ ଚାହୁଁଛି । “

ଭାରତୀୟ ଅଧିନାୟକ ଆହୁରି ମଧ୍ୟ କହିଛନ୍ତି, “ଦଳରେ ଏପରି କିଛି ଖେଳାଳି ଅଛନ୍ତି ଯେଉଁମାନେ ଏତେ କ୍ରିକେଟ୍ ଖେଳିଛନ୍ତି ଯାହା ସେମାନଙ୍କୁ ସବୁକିଛି କହିବା ଆବଶ୍ୟକ ନାହିଁ । ସେମାନେ ସେମାନଙ୍କର ଖେଳ ବୁଝିବାରେ ବହୁତ ସକ୍ଷମ ଏବଂ ସେମାନେ ଆପଣଙ୍କ ପାଖକୁ ଯାଇ ପ୍ରତ୍ୟେକ ବିବରଣୀ ଦେବା ଆବଶ୍ୟକ କରନ୍ତି ନାହିଁ । ଆମର କାର୍ଯ୍ୟ ହେଉଛି ନୂତନ ଖେଳାଳୀଙ୍କ ପାଇଁ ଦଳର ପରିବେଶ ଆରାମଦାୟକ କରିବା ଏବଂ ସେମାନଙ୍କୁ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବା। ଆମର ଧ୍ୟାନ କେବଳ ସେହି ଜିନିଷ ଉପରେ, ଯାହା ଦଳର ଉନ୍ନତି ପାଇଁ ହୋଇପାରେ । “

ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଅନେକ ଖେଳାଳି ଦଳରେ ସ୍ଥାନ ପାଇବାକୁ ପ୍ରତିଯୋଗୀତା କରୁଛନ୍ତି ବୋଲି ରୋହିତ ଜାଣିଛନ୍ତି । ରୋହିତ କହିଛନ୍ତି, “ଏହା ନିଶ୍ଚିତ ଭାବରେ ଏକ ଚ୍ୟାଲେଞ୍ଜ  । କାରଣ ଅନେକ ଖେଳାଳି କିଛି ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ବ୍ୟାଟ୍ସମ୍ୟାନ୍ କିମ୍ବା ବୋଲର ହୁଅନ୍ତୁ ଆମ ପାଖରେ ଅନେକ ବିକଳ୍ପ ଅଛି । ତେଣୁ ଜଣେ ଅଧିନାୟକ ଏବଂ କୋଚ୍ ଙ୍କ ପାଇଁ ଏହା କଷ୍ଟସାଧ୍ୟ, ଆମେ ଖୋଜୁଥିବା ଭୂମିକାରେ ଯିଏ ସମ୍ପୂର୍ଣ୍ଣ ଫିଟ୍, ଆମେ ସେହି ଖେଳାଳିଙ୍କୁ ଖୋଜୁ, ଯେଉଁମାନେ ସେହି ନିର୍ଦ୍ଦିଷ୍ଟ ଭୂମିକାରେ ଭଲ ପିରଦର୍ଶନ କରି ଦଳର ଶୂନ୍ୟସ୍ଥାନ ପୂରଣ କରିପାରିବେ।”

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *