ଜୁଲାଇ ପହିଲାରୁ ଲାଗୁ ହେବ ନୂଆ ଶ୍ରମ ଆଇନ

ଜୁଲାଇ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଶ୍ରମ ଆଇନ। କେନ୍ଦ୍ର ସରକାର ଖୁବ ଶୀଘ୍ର ଶ୍ରମ ସଂକେତ ଆଇନ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ କରୁଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରି ନଥିଲା। ନୂଆ ଲେବର କୋଡ ଲାଗୁ ହେବା ପରେ ଦେଶରେ ପ୍ରତ୍ୟେକ ଶିଳ୍ପ ଓ କାର୍ଯ୍ୟାଳୟରେ ପରିବର୍ତ୍ତନ ଦେଖାଯିବ। ବଡ କଥା ହେଉଛି ନୂତନ ଶ୍ରମ ସଂକେତ ଲାଗୁ ହେବା ପରେ କର୍ମଚାଚାରୀଙ୍କ କାର୍ଯ୍ୟ ସମୟ, ହାତକୁ ଆସୁଥିବା ଦରମା ହ୍ରାସ ହେବ ଏବଂ ଇପିଏଫ୍ ଫଣ୍ଡରେ ପରିବର୍ତ୍ତନ ହେବ।  

ପୂର୍ବ ପ୍ରଚଳିତ ୧୯ ଟି କେନ୍ଦ୍ରୀୟ ଆଇନକୁ ମିଶାଇ ୪ ଟି ଲେବର କୋଡରେ ପରିଣତ କରାଯାଇଛି। ନୂଆ ଶ୍ରମ ଆଇନର ପ୍ରଭାବ ସିଧା ବେତନ, ପେନ୍ସନ୍ ଓ ଗ୍ରାଚ୍ୟୁଟି ଭଳି ସାମାଜିକ ସୁରକ୍ଷା, ଶ୍ରମ କଲ୍ୟାଣ, ସ୍ୱାସ୍ଥ୍ୟ, କାର୍ଯ୍ୟ ସମୟ, ଛୁଟି ଇତ୍ୟାଦି ନୂଆ ଆଇନରେ ପରିସରଭୁକ୍ତ କରାଯାଇଛି। ଦେଶର ୨୩ଟି ରାଜ୍ୟ  କେନ୍ଦ୍ରର ଶ୍ରମ ସଂକେତ ଅନୁଯାୟୀ ସେମାନଙ୍କର ଶ୍ରମ ଆଇନ ପ୍ରସ୍ତୁତ କରିଛନ୍ତି। କେନ୍ଦ୍ର ସରକାର ନୂଆ ଲେବର କୋଡ ଆଇନକୁ ସଂସଦରୁ ପାରିତ କରିଛନ୍ତି। ତେବେ ଚାଲନ୍ତୁ ଜାଣିବା ଏହି ନୂତନ ଶ୍ରମ ଆଇନ ଆପଣଙ୍କ ଦରମା ଉପରେ କିପରି ପ୍ରଭାବ ପକାଇବ।

ନୂତନ ଶ୍ରମ ଆଇନ ପ୍ରଣୟନ ଦ୍ୱାରା ସପ୍ତାହକୁ ୪ ଦିନ କାମ ଏବଂ ୩ ଦିନ ଆରାମ ଦିଆଯିବ। ତେବେ ଏହି ନୂଆ ଶ୍ରମ ଆଇନରେ କର୍ମଚାରୀଙ୍କୁ ସପ୍ତାହିକ ଛୁଟି ସଂଖ୍ୟା ବଢାଇବାକୁ ପଡିବ।  କର୍ମଚାରୀମାନଙ୍କୁ ଦିନକୁ ୧୨ ଘଣ୍ଟା କାମ କରିବାକୁ ପଡିବ। ତେବେ ସପ୍ତାହରେ କର୍ମଚାରୀକୁ ୪ ଦିନରେ ୪୮ ଘଣ୍ଟା କାମ କରିବାକୁ ପଡବ। ଅର୍ଥାତ୍ ଜଣେ କର୍ମଚାରୀ ଯଦି ଦିନକୁ ୧୨ ଘଣ୍ଟା କାମ କରିବ ତେବେ ତାକୁ ୩ ଦିନ ସପ୍ତାହିକ ଛୁଟି ମିଳିବ। କମ୍ପାନୀ ଚାହିଁଲେ ମଧ୍ୟ କର୍ମଚାରୀଙ୍କୁ ଅଧିକ ସମୟ ଧରି କାମ କରାଇପାରିବେ ନାହିଁ। ବର୍ତ୍ତମାନ ଏହା କମ୍ପାନୀଗୁଡିକ ଉପରେ ନିର୍ଭର କରୁଛି କି ସେମାନେ ଏହାକୁ କିପରି ପରିଚାଳନା କରିବେ। ସେହିପରି ନୂଆ ଆଇନ ଅନୁଶାରେ କର୍ମଚାରୀଙ୍କୁ ମିଳୁଥିବା ଦରମା ରାଶି ହ୍ରାସ ପାଇବ। କାରଣ ବେସିକ୍ ପେ, ମୋଟ ଦରମାର ୫୦ ପ୍ରତିଶତ ହେବ।

ଶୁଭଲକ୍ଷ୍ମୀ ସାହୁଙ୍କ, ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *