ପୁଣି ଜନନୀ ଯନ୍ତ୍ରଣା

ରାୟଗଡ଼ା: ପୁଣି ଜନନୀ ଯନ୍ତ୍ରଣା । ପୁଣି ସାମ୍ନାକୁ ଆସିଲା ନିୟମଗିରି ଅଞ୍ଚଳରେ ଜନନୀ ଯନ୍ତ୍ରଣା ।  ଗାଁକୁ ରାସ୍ତା ନଥିବାରୁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଷ୍ଟ୍ରେଚର ବୁହାହୋଇ ଆମ୍ବୁଲାନ୍ସ ନିକଟ କୁ  ନେବା ସମୟରେ ଜଙ୍ଗଲ ମଧ୍ୟରେ ଗର୍ଭବତୀ ମହିକା ଜନ୍ମଦେଲେ ନବଜାତ ଶିଶୁ କନ୍ୟା।ଏପରି ଅଭାବନୀୟ  ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ସାରିଝଲା ଗ୍ରାମର ।ସେହି ଗ୍ରାମର ମହିଳା ଡିକଚି କାଡ୍ରାକାଙ୍କୁ ପ୍ରସବ ଯନ୍ତ୍ରଣା  ହେବାପରେ 108 ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ପରିବାର ଲୋକେ।  ଗ୍ରାମଟି ନିୟମଗିରି ପାହାଡ଼ର ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଗାଁ ଠାରୁ ୩ କିଲୋମିଟର ଦୂରରେ ଆମ୍ବୁଲେନ୍ସ ରଖି ସେଠାରେ ପହଞ୍ଚି ପ୍ରସବ ବେଦନା ରେ ଛଟପଟ ହେଉଥିବା ମହିଳାଙ୍କୁ  ଆମ୍ବୁଲେନ୍ସ କର୍ମଚାରୀ  ଷ୍ଟେକ୍ଚର ରେ ପ୍ରାୟ ଦୁଇକିଲୋମିଟ ବୋହି ଆଣିଥିଲେ  । ତେବେ ଉଭୟ ମା ଓ ଶିଶୁକୁ ସୁରକ୍ଷିତ ଭାବେ ଆମ୍ବୁଲାନ୍ସ କର୍ମଚାରୀ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ଚିକିତ୍ସାଧିନ ଅବସ୍ତାରେ ମା ଓ ନବଜାତ ଶିଶୁ କନ୍ୟା ସୁସ୍ଥଥିବା ସୂଚନା ମିଳିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *