ରାଜ୍ୟରୁ ଟଳିଲା ବନ୍ୟା ବିପଦ- ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରୁ ବନ୍ୟା ବିପଦ ଟଳିଛି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

ସେ କହିଛନ୍ତି, ବର୍ତମାନ ହୀରାକୁଦର ଜଳସ୍ତର ୬୨୧. ୯୫ ଫୁଟ ଅଛି । ଜଳ ଭଣ୍ଡାରକୁ ୩ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି ଓ ୩ଲକ୍ଷ ୫୦ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି । ତେଣୁ ସ୍ଥିତି ସ୍ଥିର ଅଛି । ସବୁଠାରେ ପାଣି ଖସିବା ଆରମ୍ଭ କଲାଣି । ଦିନେ ଦୁଇ ଦିନ ଭିତରେ ସବୁଠାରୁ ପାଣି ଖସି ଯିବ । ସେ କହିଛନ୍ତି ଯେ ଆତଙ୍କିତ ହେବାର କିଛି ନାହିଁ । ଘାଇ ମରାମତି କାମ ହେବା ସହ କିଛି କାମ ସରିଲାଣି । ମୁଣ୍ଡଳୀ ଠାରେ ୨ଲକ୍ଷ ୬୧ହଜାର କ୍ୟୁସେକ ଜଳ ପ୍ରଭାହିତ ହେଉଛି । ବରମୁଲ ଠାରେ ୩ଲକ୍ଷ ୯୬ ହଜାର କ୍ୟୁସେକ ଓ ଖଇରମାଲ ଠାରେ ୪ଲକ୍ଷ ୭୮ହଜାର କ୍ୟୁସେକ ଜଳ ପ୍ରଭାହିତ ହେଉଛି । ହୀରାକୁଦର ୨୦ ଗେଟ ଖୋଲା ଅଛି । ବର୍ତ୍ତମାନ ଆଉ ଖୋଲିବାର ନାହିଁ. ସ୍ଥିତି ନିରୀକ୍ଷଣ କରାଯାଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *