କନ୍ଧମାଳ ଫିରିଙ୍ଗିଆ ଥାନା ପୋଡ଼ାଜଳା ଓ ଭଙ୍ଗାରୁଜା ଘଟଣାରେ ଆଇଆଇସିଙ୍କୁ ବଦଳି, ଫିରିଙ୍ଗିଆ ଥାନା ପୋଡି ମାମଲାରେ ୧୬ ଅଟକ

Spread the love

ଭୁବନେଶ୍ୱର : କନ୍ଧମାଳ ଫିରିଙ୍ଗିଆ ଥାନା ପୋଡ଼ାଜଳା ଓ ଭଙ୍ଗାରୁଜା ଘଟଣାରେ ଆଇଆଇସିଙ୍କୁ ବଦଳି କରା ଯିବା ସହ ଏହି ମାମଲାରେ ୧୬ ଜଣଙ୍କୁ ଅଟକ ରଖା ଯାଇଛି ।

ମିଳିଥିବା ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ଆଇଆଇସି ତପନ କୁମାର ନାହାକଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଅଭିଯୋଗ ଥିବା ୨ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଥିବା ଜଣା ପଡିଛି । କନ୍ଧମାଳ ଏସପି କହିଛନ୍ତି ପୂର୍ବରୁ ଲୋକେ ଅଭିଯୋଗ ଆଣିଥିବା ‘ଭାଇରାଲ ଭିଡିଓର ସତ୍ୟତା ଯାଞ୍ଚ ସହ ଅଭିଯୋଗର ତଦନ୍ତ ହେବ’ ହେବ କହିଛନ୍ତି ।

ସେପଟେ ଥାନା ପୋଡ଼ାଜଳା ମାମଲାରେ ୧୬ ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି । ତାସହ ୨୦୦ ଶହରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ଆଖପାଖ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ଗତକାଲିର ଘଟଣାରେ କିଏ କିଏ ସମ୍ପୃକ୍ତି ସେ ନେଇ ବି ଯାଞ୍ଚ କରାଯାଉଛି

Leave a Reply

Your email address will not be published. Required fields are marked *