ଖୁବ ଶୀଘ୍ର ଖୋଲିବ ରତ୍ନଭଣ୍ଡାର। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପିର ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରତ୍ନଭଣ୍ଡାର ନିଶ୍ଚିତ ଖୋଲାଯିବ। ଆଉ ଗଣତି ହେବ। ଯଦି କିଛି ଗଡ଼ବଡ଼ ହୋଇଥିବାର ପ୍ରମାଣ ମିଳେ, ତାହେଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। କ୍ଷମତାକୁ ଆସିବେ ରତ୍ନଭଣ୍ଡାର ଖୋଲିବାକୁ ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା।
ଭୁବନେଶ୍ୱରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନିଜ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ବିଜେପିର ବିଜୟ ପାଇଁ ଓଡ଼ିଶାବାସୀ ଏବଂ ନେତୃବନ୍ଦଙ୍କ ପରିଶ୍ରମକୁ ଶ୍ରେୟ ଦେଇଛନ୍ତି। ଏହାପରେ ଜଣେ ସାଧାରଣ କର୍ମୀଠାରୁ ଆରମ୍ଭ କରି ଆଜି ଦିନରେ ମୁଖ୍ୟମନ୍ତ୍ରୀ ଯାଏଁ ନିଜର ସଂଘର୍ଷ କାହାଣୀକୁ ଜନତାଙ୍କ ଆଗରେ ପ୍ରକାଶ କରିଛନ୍ତି ସେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦଳର ଜଣେ ସାଧାରଣ କର୍ମୀ ଭାବେ ସେ ବିଜେପି ପାଇଁ କାମ ଆରମ୍ଭ କରିଥିଲେ। ଏହାପରେ ସରପଞ୍ଚ ଭାବେ ବିଜୟୀ ହୋଇ ନିଜ ପଞ୍ଚାୟତର ସେବା ପାଇଁ ଆଗେଇ ଆସିଲେ। ଏହି ସମୟରେ ଲୋକଙ୍କ ସେବା ହିଁ ତାଙ୍କୁ ଆଗକୁ ବଢିବାକେୁ ସୁଯୋଗ ଦେଇଥିଲା। ଫଳରେ ୨୦୦୦ରେ ସେ ପ୍ରଥମ ଥର ପାଇଁ ବିଧାୟକ ହେଲେ। ଆଜି ରାଜ୍ୟବାସୀ ତାଙ୍କୁ ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟର ସେବା କରିବାକୁ ସୁଯୋଗ ଦେଇଛନ୍ତି।
ତେବେ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ସ୍ୱପ୍ନ ଦେଖିବଛନ୍ତି ତାକୁ ଓଡ଼ିଶାର ବିଜେପି ଉପରେ ନ୍ୟସ୍ତ ହୋଇଛି। ଏହାକୁ ପୂରଣ କରିବାକୁ ରାଜ୍ୟ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now